୧୩ କ୍ୱାରାଣ୍ଟାଇନ କେନ୍ଦ୍ର ଲାଗି ୩୦ଲକ୍ଷ ଖର୍ଚ୍ଚ

କାକଟପୁର,୩୦।୪(ଡି.ଏନ.ଏ.): ଲକଡାଉନ ଅବଧି ବଢ଼ିବା ପରେ ବାହାର ରାଜ୍ୟରେ ଥିବା ଓଡ଼ିଆମାନେ ନିଜ ଗ୍ରାମକୁ ଫେରିବାରେ ଲାଗିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତି ପଞ୍ଚାୟତାରେ କ୍ୱାରାଣ୍ଟାଇନ କେନ୍ଦ୍ର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ପ୍ରତି ସରପଞ୍ଚଙ୍କୁ ୫ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ କରି ୨୦ଶଯ୍ୟା ବିଶିଷ୍ଟ କ୍ୱାରାଣ୍ଟାଇନ କରିବା ପାଇଁ କହିଛନ୍ତି। ଏହି କ୍ଷେତ୍ରରେ ଗତ ୨୪ତାରିଖ ସୁଦ୍ଧା କାକଟପୁର ବ୍ଲକରେ ୧୩ଟି କ୍ୱାରାଣ୍ଟାଇନ କେନ୍ଦ୍ର ଲାଗି ୩୦ଲକ୍ଷ ଖର୍ଚ୍ଚ ହୋଇଥିବା ରିପୋର୍ଟ ଆସିଛି। ଏହି ରିପୋର୍ଟରେ ବ୍ଲକର ମୋଟ ୧୬ଟି ପଞ୍ଚାୟତ ମଧ୍ୟରୁ ୧୨ଟି ପଞ୍ଚାୟତ ଦେଇଥିବା ହିସାବରୁ କୁଣ୍ଢେଇ ପଞ୍ଚାୟତ ୫ଲକ୍ଷ ୧୪ ହଜାର୧୩୦ଟଙ୍କା ସର୍ବାଧିକ ଅର୍ଥ ଖର୍ଚ୍ଚ କରିଥିବାବେଳେ ନାସିକେଶ୍ୱର ପଞ୍ଚାୟତ୧ଲକ୍ଷ ୬୦ହଜାର ୩୪୦ଟଙ୍କା ସବୁଠୁ କମ ଖର୍ଚ୍ଚ କରିଥିବା ଜଣାପଡ଼ିଛି।