Categories: ଜାତୀୟ

୧୨ ସର୍ଚ୍ଚ ଅପରେଶନ୍‌ରେ ୨୫ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି: ଡିଜିପି ଦିଲ୍‌ବାଗ୍‌ ସିଂ

ଶ୍ରୀନଗର,୨୨।୨: ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଜମ୍ମୁ-କଶ୍ମୀରରେ ହୋଇଥିବା ୧୨ଟି ସଫଳ ସର୍ଚ୍ଚ ଅପରେଶନରେ ୨୫ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏନେଇ ଜମ୍ମୁ-କଶ୍ମୀର ଡିଜିପି ଦିଲ୍‌ବାଗ୍‌ ସିଂ ଶନିବାର ସୂଚନା ଦେଇଛନ୍ତି। ଶୁକ୍ରବାର ବିଳମ୍ବିିତ ରାତିରେ ୨ ଜଣ ଆତଙ୍କବାଦୀଙ୍କର ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ ସମୟରେ ମୃତ୍ୟୁ ଘଟିବା ପରେ ଅନୁଷ୍ଠିତ ହୋଇଥିବା ଗଣମାଧ୍ୟମ ସମ୍ମିଳନୀରେ ସେ ଏଭଳି ସୂଚନା ଦେଇଛନ୍ତିି। ବର୍ତ୍ତମାନ ଜମ୍ମୁ-କାଶ୍ମୀରରେ ପ୍ରାୟ ୯ଜଣ ଆତଙ୍କାବାଦୀ ସକ୍ରିୟ ଥିବାବେଳେ ସେମାନଙ୍କ ମଧ୍ୟରୁ ୩-୪ଜଣଙ୍କୁ ଜମ୍ମୁରୁ ଗିରଫ କରାଯାଇଛି। ସେହିପରି ୪୦ ଜଣ ଗ୍ରାଉଣ୍ଡ-ଓ୍ବାକରଙ୍କୁ ଇତିମଧ୍ୟରେ ଗିରଫ କରାଯାଇଥିବା ସେ କହିଛନ୍ତି।

Share