Posted inଫୁରସତ

୧୨ ବର୍ଷରେ ଥରେ ଫୁଟେ ଏହି ଫୁଲ

କଶ୍ମୀରରୁ ନେଇ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତର କୋଣେ କୋଣେ ପ୍ରକୃତି କୋଳରେ ଏମିତି ବିସ୍ମୟ ଖଞ୍ଜି ହୋଇ ରହିଛି ଯାହା ଦେଖେଣାହାରୀଙ୍କ ମନ ମୋହିଥାଏ। ସହର, ଗାଁ, ପାହାଡ, ଗୁମ୍ପା ସବୁଠି କିଛି ନା କିଛି ପ୍ରକୃତିର ବିସ୍ମୟ ଲୁଚି ରହିଛି। କେରଳରେ ୧୨ ବର୍ଷରେ ଥରେ ଏମିତି ଏକ ଫୁଲ ଫୁଟିଥାଏ ଯାହାକୁ ଦେଖିବାକୁ ଦେଶ ବିଦେଶରୁ ପର୍ଯ୍ୟଟକ ଆସିଥାଆନ୍ତି ବୋଲି କୁହାଯାଏ। କେରଳ ଏହାର ପ୍ରାକୃତିକ ଶୋଭାରାଜି ପାଇଁ ସମସ୍ତଙ୍କୁ ଆକର୍ଷିତ କରୁଥିବା ବେଳେ ଏହି ଫୁଲ ମଧ୍ୟ ଅନ୍ୟତମ ଆକର୍ଷଣ। କେରଳର ମୁନ୍ନାର ଯାହା ସମୁଦ୍ର ପତ୍ତନଠାରୁ ୧୬୦୦ ମିଟର ଉପରେ ଅବସ୍ଥିତ ଯାହା ବିଭିନ୍ନ ପ୍ରକାର ମସଲା ଚାଷ ପାଇଁ ମଧ୍ୟ ବେଶ୍‌ ଜଣାଶୁଣା। ଏହା ସେହି ସ୍ଥାନ ଯେଉଁଠି ଭାରତର ସବୁଠାରୁ ବଡ ରହସ୍ୟ ଲୁଚି ରହିଛି। ତାହା ହେଉଛି ନିଲକୁରିଂଜି। ଏହି ନିଲକୁରିଂଜି ବିଶ୍ୱର ସବୁଠାରୁ ଦୁର୍ଲଭ ଫୁଲ ମଧ୍ୟରେ ଅନ୍ୟତମ ବୋଲି କୁହାଯାଏ । ଏହା ୧୨ ବର୍ଷରେ ଥରେ ଫୁଟିଥାଏ। ଶେଷଥର ଏହା ୨୦୧୮ରେ ଫୁଟିଥିଲା। କେରଳବାସୀ ଏହାକୁ କୁରିଂଜି ବୋଲି ମଧ୍ୟ କୁହନ୍ତି। ଏହା ଷ୍ଟ୍ରୋବିଲେନ୍ଥସର ଏକ ପ୍ରଜାତି। ଏହାର ପାଖାପାଖି ୩୫୦ ପ୍ରଜାତି ଭାରତରେ ଦେଖାଯାଇଥାଏ। ଷ୍ଟ୍ରୋବିଲେନ୍ଥସର ପ୍ରଜାତିର ବିଶେଷତ୍ୱ ହେଉଛି ଏଥିମଧ୍ୟରୁ କିଛି ଫୁଲ ୪ବର୍ଷରେ ଫୁଟିଥାଏ ତ ଆଉ କିଛି ୮,୧୦, ୧୨ ଅବା ୧୬ ବର୍ଷରେ ଥରେ ଫୁଟିଥାଏ। ହେଲେ ଏହା କେତେବେଳେ ଫୁଟି ମଉଳି ଯାଇଥାଏ ତାହା କାହାକୁ ଜଣା ନ ଥାଏ। କାରଣ ଏହା ସାଧାରଣତଃ ରାସ୍ତା କଡରେ ଫୁଟିଥାଏ। ତେଣୁ ସଡ଼କ କାମ ହେବା ସମୟରେ ଏହି ଫୁଲର ଗୋଟିଏ ଗୋଟିଏ ପ୍ରଜାତି ମଧ୍ୟ ନଷ୍ଟ ହୋଇଯାଇଥିବା କୁହାଯାଏ। ଏବେ କେରଳରେ ଏହାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ କରାଯାଉଛି। କାରଣ ଏହାର ଫୁଟିବା ସମୟକୁ ସମସ୍ତେ ଅପେକ୍ଷା ରଖୁଛନ୍ତି। ଏହି ଫୁଲକୁ କେରଳର କେତେକ ଆଦିବାସୀ ପୂଜାରେ ଲଗାଇଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri