୧୨ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର

ସଜନାଗଡ଼,୧୮।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟ ପାଦଦେଶରେ ଅବସ୍ଥିତ କାଣ୍ଡଗରଡ଼ିହି ପଞ୍ଚାୟତ ଶିକିରିଆ ଗ୍ରାମରୁ ବୁଧବାର ୧୨ ଫୁଟ୍‌ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ସାପଟି ଖାଦ୍ୟ ଅନ୍ବେଷଣରେ ଅଭୟାରଣ୍ୟରୁ ଜନବସତି ଆଡ଼କୁ ପଶି ଆସିଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମ ଭିତରେ ଏକ ବାଡ଼ରେ ଘେରା ଯାଇଥିବା ଜାଲ ଭିତରେ ଛନ୍ଦି ହୋଇ ଯାଇ ଗର୍ଜନ କରିବାରୁ ଗ୍ରାମବାସୀ ସେଠାକୁ ଯାଇ ଦେଖିବା ପରେ ନୀଳଗିରି ବନବିଭାଗକୁ ଖବର ଦେଇଥିଲେ। ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ଅଜଗରକୁ ଉଦ୍ଧାର କରିବା ସହ ଚିକିତ୍ସା କରାଇଥିଲେ। ପରେ ତାକୁ କୁଲଡ଼ିହା ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଥିବାର ସୂଚନା ମିଳିଛି।