୧୨ କୋଟି ଜିଏସ୍‌ଟି ଠକି ବ୍ୟବସାୟୀ ଗିରଫ

କଟକ ଅଫିସ, ୮।୮: ଜିଏସ୍‌ଟି ଠକେଇ ମାମଲାରେ ବଲାଙ୍ଗୀରର ଜଣେ ବ୍ୟବସାୟୀଙ୍କୁ ଗୁରୁବାର ଗିରଫ କରାଯାଇଛି। ସେ ହେଲେ ଟିଟଲାଗଡ଼ର ତୀର୍ଥଙ୍କର ପଟେଲ। ତୀର୍ଥଙ୍କର ୧୨ କୋଟି ୮୪ ଲକ୍ଷ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ରାଜ୍ୟ ଜିଏସ୍‌ଟି କମିଶନଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।