୧୨୦ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ

କୋମନା,୨୮।୮(ଡି.ଏନ.ଏ.)-ନୂଆପଡା ଜିଲା କୋମନା ବ୍ଲକ ବିଭିନ୍ନ ପଞ୍ଚାୟତରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଝଗ୍ରାହୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କୋମନା ବିଡିଓ ଶ୍ୟାମଳ ରୟ ଅଧ୍ୟକ୍ଷତା କରିଥିଲେ। ଏଥିରେ କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ୧୨୦ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ କାର୍ଯ୍ୟାଦେଶ ଓ ୩୦ ଜଣ ହିତାଧିକାରୀଙ୍କୁ ଉଜ୍ଜ୍ୱାଳା ଯୋଜନାରେ ଗ୍ୟାସ ବିତରଣ କରିଥିଲେ। ସେହିଭଳି କାଣ୍ଡେତରା ଗ୍ରାମପଞ୍ଚାୟତରେ ୫୦ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ସହିତ କାଣ୍ଡେତରା ସମବାୟ ସମିତି ଗୋଦାମ ଗୃହ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମଗୁଡିକରେ ଢୋର୍ଲାମୁଣ୍ଡା ସରପଞ୍ଚ ସାନ ମହାନନ୍ଦ, ଝଗ୍ରାହୀ ସରପଞ୍ଚ ଭରତ ମାଝି, କାଣ୍ଡେତରା ସରପଞ୍ଚ ସନ୍ଥରାମ ସାହୁଙ୍କ ସମେତ କାର୍ଯ୍ୟକର୍ତ୍ତା ମନିଜର ଆର୍ଯ୍ୟ, ଚୋକ ଦାସ, ସହଦେବ ପ୍ରଧାନ, ଫୁଲେଶ୍ୱର ଭୋଇ, ତାତୁରାମ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଏମପି ତରବୋଡସ୍ଥିତ ନବୋଦୟ ବିଦ୍ୟାଳୟ ପରିଦର୍ଶନ କରି ଅଧ୍ୟକ୍ଷାଙ୍କ ସହ ଛାତ୍ରୀଛାତ୍ରଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଫେରିଥିଲେ।