୧୨ଟା ସୁଦ୍ଧା ହୀରାକୁଦ ଖୋଲିଲା ୯ଟି ଗେଟ୍‌

ସମ୍ବଲପୁର, ୧୫।୮(ବ୍ୟୁରୋ): ଗୁରୁବାର ୧୨ଟା ସୁଦ୍ଧା ହୀରାକୁଦ ଡ୍ୟାମର ୯ଟି ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପର୍ଯ୍ୟାୟ କ୍ରମେ ଗୁରୁବାର ୧୬ଟି ଗେଟ ଖୋଲାଯାଇ ମହାନଦୀକୁ ବନ୍ୟାଜଳ ଛଡ଼ାଯାଇଛି। ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପୂର୍ବାହ୍ନ ୧୧ଟା ୩୦ପରେ ଗେଟ ଖୋଲିବା ଆରମ୍ଭ ହୋଇଥିଲା। ଏଥିଯୋଗୁ ମହାନଦୀ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ବୁଧବାର ହୀରାକୁଦ ଡ୍ୟାମର ଗୋଟିଏ ଗେଟ ଖୋଲାଯାଇଥିଲା। ପୂର୍ବାହ୍ନ ୧୧ଟା ୩୦ରେ ୭ ନମ୍ବର ଗେଟ ଖୋଲାଯାଇଥିବାବେଳେ ଅପରାହ୍ନ ୨ଟାରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ହେଲେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପର୍ଯ୍ୟାୟ କ୍ରମେ ୧୬ଟି ଗେଟ ଖୋଲାଯାଇ ମହାନଦୀକୁ ବନ୍ୟାଜଳ ଛଡ଼ାଯାଉଛି।