୧୧ ହଜାର ଉପରେ ଦୈନିକ ସଂକ୍ରମଣ: ଆଜି ୧୧୬୦୭ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ବୁଧବାର ରାଜ୍ୟରେ ୧୧୬୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୯୧ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୬୭୨୮ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୪୮୭୯ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧୧ ଲକ୍ଷ ୬୭ ହଜାର ୦୯୪ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୩୪୭ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୧୮୫, ବାଲେଶ୍ୱରରୁ ୩୦୫, ବରଗଡ଼ରୁ ୧୪୫, ଭଦ୍ରକରୁ ୧୫୩, ବଲାଙ୍ଗୀରରୁ ୨୨୯, ବୌଦ୍ଧରୁ ୭୮, କଟକରୁ ୮୯୮, ଦେବଗଡ଼ରୁ ୭୫, ଢେଙ୍କାନାଳରୁ ୭୧, ଗଜପତିରୁ ୮୭, ଗଞ୍ଜାମରୁ ୯୩, ଜଗତ୍‌ସିଂହପୁରରୁ ୧୩୪, ଯାଜପୁରରୁ ୨୩୧, ଝାରସୁଗୁଡ଼ାରୁ ୨୧୯, କଳାହାଣ୍ଡିରୁ ୧୦୩, କନ୍ଧମାଳରୁ ୮୦, କେନ୍ଦ୍ରାପଡ଼ାରୁ ୧୧୯, କେନ୍ଦୁଝରରୁ ୧୨୧, କୋରାପୁଟରୁ ୧୬୮, ମାଲକାନଗିରିରୁ ୮୫ ଆକ୍ରାନ୍ତ ଅଛନ୍ତି। ସେହିପରି ମୟୂରଭଞ୍ଜରୁ ୧୭୪, ନବରଙ୍ଗପୁରରୁ ୧୪୯, ନୟାଗଡ଼ରୁ ୨୦୬, ନୂଆପଡ଼ାରୁ ୧୬୬ , ପୁରୀରୁ ୧୫୭, ରାୟଗଡ଼ାରୁ ୨୨୯ ,ସମ୍ବଲପୁରରୁ ୩୯୦ ସୁବର୍ଣ୍ଣପୁରରୁ ୧୧୪ , ସୁନ୍ଦରଗଡ଼ରୁ ୧୨୧୯ ଥିବାବେଳେ ଷ୍ଟେଟ ପୁଲ୍‌ରୁ ୮୭୭ଅଛନ୍ତି।