୧୧ କୋଟି ୭୦ ଲକ୍ଷ ଶିଶୁଙ୍କୁ ମିଳିମିଳା ହେବା ଆଶଙ୍କା: ଜାତିସଂଘ

ଜେନେଭା,୧୫।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ଜାତିସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦିଆଯାଇଛି। ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି ଯେ, ପୃଥିବୀର ୨୪ଟି ଦେଶରେ ମିଳିମିଳା ପ୍ରତିଷେଧକ ଟୀକା ଦେବା ବନ୍ଦ କରାଯାଇଛି। ସେହିପରି କରୋନା ସଂକ୍ରମଣ ଯୋଗୁ ଅନ୍ୟ ୧୩ଟି ଦେଶରେ ଟୀକା ଦେବା ସମ୍ଭବପର ହୋଇପାରୁ ନାହିଁ। ଏହା ଯୋଗୁ ୧୧ କୋଟି ୭୦ ଲକ୍ଷ ଶିଶୁଙ୍କୁ ମିଳିମିଳା ହେବାର ଆଶଙ୍କା ଥିବା ଜାତିସଂଘ ରିପୋର୍ଟରେ ଦର୍ଶାଯାଇଛି। ବାଂଲାଦେଶ, ବ୍ରାଜିଲ୍‌, କଙ୍ଗୋ, ଦକ୍ଷିଣ ସୁଦାନ, ନାଇଜେରିଆ, ୟୁକ୍ରେନ୍‌, କଜାକିସ୍ତାନ ଆଦିରେ ଅଧିକ ସଂଖ୍ୟକ ଶିଶୁଙ୍କୁ ମିଳିମିଳା ହେବାର ଆଶଙ୍କା ରହିଛି। ୨୦୧୮ରେ ମିଳିମିଳା ଯୋଗୁ ୧ ଲକ୍ଷ ୪୦ ହଜାର ଶିଶୁଙ୍କ ମୃତ୍ୟୁ ଘଟିଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।

Share