୧୧୫ ପରିବାରକୁ ଖାଦ୍ୟ ସାମଗ୍ରୀ ଦେଲେ ପ୍ରଧାନଶିକ୍ଷକ

ପାପଡାହାଣ୍ଡି,୧୪ା୪(ଡି.ଏନ.ଏ.)- ଲକ୍‌ଡାଉନର ସମୟରେ ଅସହାୟମାନଙ୍କ ପ୍ରତି ସହାୟତାର ହାତ ବଢ଼ାଇଛନ୍ତି ଜଣେ ପ୍ରଧାନ ଶିକ୍ଷକ। ଗ୍ରାମରେ ରହୁଥିବା ଲୋକେ ଯେପରି ଭୋକ ଉପବାସରେ ନ ରହିବେ ସେ ନେଇ ଧନସୁଲି, ଝାଡ଼କୁସମି,ଚନ୍ଦ୍ରପୁର ନୂଆକୋଟ ଗ୍ରାମର ୧୧୫ ପରିବାରକୁ ମଙ୍ଗଳବାର ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି। ସେ ହେଉଛନ୍ତି ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଖରକି ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଫ୍ରାନସିସ ନାଗ। ସେମେଳା ଗ୍ରାମ ନିବାସୀ ନାଗ ସେମାନଙ୍କୁ ଚାଉଳ, ଡାଲି, ଚିନି, ଆଳୁ, ପିଆଜ, ଚାପତି, ତେଲ, ସାବୁନ, ଲୁଣ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଛନ୍ତି। ଏହି ସମୟରେ ସେ ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କ ପିନ୍ଧିବା ନେଇ ଲୋକଙ୍କୁ ବୁଝାଇଛନ୍ତି।