୧୧ଲକ୍ଷ ୩୫ ହଜାର ଭତ୍ତା ଟଙ୍କା ଲୁଟ୍‌ ଘଟଣା: ୪ ଅଭିଯୁକ୍ତ ଗିରଫ, ୪ଲକ୍ଷ ଉଦ୍ଧାର

ସୁନ୍ଦରଗଡ଼/କୁଆଁରମୁଣ୍ଡା, ୧୨।୧୨ (ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ୫ଟି ପଞ୍ଚାୟତର ୧୧ଲକ୍ଷ ୩୫ ହଜାର ଭତ୍ତା ଟଙ୍କା ଲୁଟ୍‌ ଘଟଣାରେ ପୋଲିସ ୭ ସପ୍ତାହ ପରେ ମଙ୍ଗଳବାର ରାତିରେ ପୁଣି ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଏବୋଗା ଥାନା ଝୁନମୁରର ସାମୁଏଲ ଏକ୍କା, ବୀରମିତ୍ରପୁର ଥାନା ଅନ୍ତର୍ଗତ କରବଲା ରୋଡ଼ର ଏମ୍‌ଡି ତାରିକ ସାଲିମ, ବଣାଇର ନିତିଶ ମିଶ୍ର, ବୀରମିତ୍ରପୁରର ପିଣ୍ଟୁ ସାହୁ। ସେମାନଙ୍କଠାରୁ ୪ଲକ୍ଷ ୧୦ହଜାର ଟଙ୍କା ଉଦ୍ଧାର କରାଯାଇଛି। ଏହା ସହ ୨ ପିସ୍ତଲ, ୩ ଅଫୁଟା ଗୁଳି, ୪ ମୋବାଇଲ ଫୋନ ଓ ୨ ବାଇକ୍‌ ଜବତ କରାଯାଇଥିବା ବୁଧବାର ବୀରମିତ୍ରପୁର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରା ସୂଚନା ଦେଇଛନ୍ତି।
ତାଙ୍କ ସୂଚନା ଅନୁସାରେ ଗତ ଅକ୍ଟୋବର ୧୫ରେ ୫ଟି ପଞ୍ଚାୟତର ଭତ୍ତା ବାବଦରେ ୧୧ଲକ୍ଷ ୩୫ ହଜାର ୬୦୦ ଟଙ୍କା ଧରି ରାଉରକେଲାରୁ ଆସୁଥିବା ଆଇସିଆଇସିଆଇ ବ୍ୟାଙ୍କର କ୍ୟାଶଭ୍ୟାନରୁ ବନ୍ଧୁକ ମୁନରେ ଡକାୟତି ହୋଇଥିଲା। ଘଟଣା ପରେ ତୁରନ୍ତ ଘଟଣାସ୍ଥଳରେ ସନ୍ଧାନୀ ଦଳଙ୍କ ସହ ଛାନ୍‌ଭିନ୍‌ କରାଯାଇଥିଲା। ଏହା ପରେ ଉକ୍ତ ଲୁଟ୍‌ ଘଟଣାର ମାଷ୍ଟରମାଇଣ୍ଡ ଅନିଲ୍‌ ମିସ୍ତ୍ରି ଓ କୁଆଁରମୁଣ୍ଡା ପଞ୍ଚାୟତର ଯୋଗାଣ ସହାୟକ ଅମିତ୍ର ପାତ୍ରଙ୍କୁ ସେତେବେଳେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୪ଜଣ ଫେରାର୍‌ ହୋଇଯାଇଥିଲେ। ସେମାନଙ୍କୁ ଧରିବା ପାଇଁ ଏସ୍‌ପି ମିଶ୍ରାଙ୍କ ତତ୍ତ୍ୱାବଧାନରେ ଡ଼ିଭିଏଫ୍‌ ( ଡ଼ିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟର ଫୋର୍ସ) ଓ ପୋଲିସକୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ଘଟଣାର ୭ ସପ୍ତାହ ପରେ ଅର୍ଥାତ୍‌ ମଙ୍ଗଳବାର ବିଳମ୍ବିତ ରାତିରେ ଫେରାର୍‌ ଥିବା ୪ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲା।
ଏସ୍‌ପିଙ୍କ ସୂଚନା ଅନୁସାରେ ଏମ୍‌ଡି ତାରିକ ସାଲିମ ଉକ୍ତ ଘଟଣାରେ ଅଭିଯୁକ୍ତମାନଙ୍କୁ ପିସ୍ତଲ ଯୋଗାଇଥିଲେ। ଅଭିଯୁକ୍ତ ସାମୁଏଲ ଏକ୍କା ବିଭିନ୍ନ ଅପରାଧିକ ଘଟଣାରେ ଜଡ଼ିତ ଥିଲେ। ରାଜଗାଙ୍ଗପୁର, କୁତ୍ରା, ବୀରମିତ୍ରପୁର, ସୁନ୍ଦରଗଡ଼ ସଦର, ବ୍ରାହ୍ମଣୀ ତରଙ୍ଗ ଓ ଉଦିତନଗର ଥାନାରେ ବିଭିନ୍ନ ମାମଲାରେ ଏକାଧିକ ଥର ଜେଲ୍‌ ଯାଇଛନ୍ତି। ସେହିପରି ବୀରମିତ୍ରପୁର ଅଞ୍ଚଳର ପିଣ୍ଟୁ ସାହୁ ଗତ ୨୦୧୭ରେ ୨ଟି ଅପରାଧିକ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ରହି ଜେଲ୍‌ ଯାଇଥିଲେ। ଏହି ଖବରଦାତା ସମ୍ମିଳନୀରେ ଏସ୍‌ପି ମିଶ୍ରାଙ୍କ ସମେତ ବୀରମିତ୍ରପୁର ଏସ୍‌ଡିପିଓ ନିବେଦିତା ସୋରେନ, ରାଜଗାଙ୍ଗପୁର ଏସ୍‌ଡ଼ିପିଓ ବିଜୟ କୁମାର ନନ୍ଦ, ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝି, କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ହୃଷୀକେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri