୧୦ ହଜାର କୋଟିର ସମ୍ପତ୍ତି ବିକିବ ରିଲାଏନ୍ସ କ୍ୟାପିଟାଲ

ନୂଆଦିଲ୍ଲୀ,୨୦-୫: ନଗଦ ସଙ୍କଟର ସମ୍ମୁଖୀନ ହୋଇଥିବା ଉଦ୍ୟୋଗପତି ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ କ୍ୟାପିଟାଲ ଚଳିତ ଆର୍ଥିକ ବର୍ଷରେ ୧୦ ହଜାର କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରି ଏହାର ଋଣ ପରିମାଣକୁ ୫୦ ପ୍ରତିଶତ ହ୍ରାସ କରିବ। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହା ଋଣର କିସ୍ତି ନିୟମିତ ପ୍ରଦାନ କରିଆସୁଛି। ସମ୍ପତ୍ତି ବିକ୍ରି କରି ଅର୍ଥ ଯୋଗାଡ କରିବା ଦିଗରେ ଏହା ଠିକ୍‌ ବାଟରେ ଆଗେଇ ଚାଲିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ରିଲାଏନ୍ସ ନିପ୍ପନ ଲାଇଫ ଆସେଟ୍‌ ମ୍ୟାନେଜମେଣ୍ଟ ଲିମିଟେଡରେ ନିଜର ୪୨.୮୮ ପ୍ରତିଶତ ଅଂଶଧନକୁ ସମ୍ପୂର୍ଣ୍ଣ ବିକ୍ରି କରିଦେବ। ଯାହାର ବଜାର ମୂଲ୍ୟ ଏବେର ମୂଲ୍ୟଠାରୁ ୫ ହଜାର କୋଟି ଟଙ୍କା ଅଧିକ ରହିଛି। ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସରେ ଥିବା କମ୍ପାନୀର ୪୯ ପ୍ରତିଶତ ଅଂଶଧନକୁ ମଧ୍ୟ ରିଲାଏନ୍ସ କ୍ୟାପିଟାଲ ବିକ୍ରି କରିବାକୁ ଘୋଷଣା କରିଛି। ମୂଳ କାରବାରରେ ଥିବା ସମ୍ପତ୍ତିକୁ ବିକ୍ରି କରି କମ୍ପାନୀ ପ୍ରାୟ ୧୦ ହଜାର କୋଟି ଟଙ୍କା ସଂଗ୍ରହ କରିବ ବୋଲି ଆଶାବ୍ୟକ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

Gold Rate: ଲକ୍ଷେ ତଳକୁ ଖସିଆସିବ ସୁନା ଦର? ବିଶେଷଜ୍ଞ କହିଦେଲେ ତାରିଖ!

ସୁନା ଦର ଲକ୍ଷେ ଟଙ୍କା ତଳକୁ ଖସିବ? ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ବଜାରରେ ଅସ୍ଥିରତା ରହିଥାଏ, ତେବେ ଆହୁରି ଟିକିଏ ହ୍ରାସ ହୋଇପାରେ। ତଥାପି, ହଠାତ୍…

ଦଶମ ପାସ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ରେଳବାଇରେ ଆସିଲା ବମ୍ପର ନିଯୁକ୍ତି

ନୂଆଦିଲ୍ଲୀ,୨୧।୩: ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ହଜାର ହଜାର ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ସୁଯୋଗ ବିଶେଷ ଭାବରେ ଦଶମ ଶ୍ରେଣୀ ପାସ କରିଥିବା…

ଗ୍ରାହକଙ୍କୁ Zomatoର ବଡ଼ ଝଟ୍‌କା! ଏଲ୍‌ପିଜି ସଙ୍କଟ ପରେ ଏବେ ଅନଲାଇନ୍‌ରେ ଖାଇବା ମଗାଇବା ହେଲା ମହଙ୍ଗା, ଦେବାକୁ ହେବ…

ନୂଆଦିଲ୍ଲୀ,୨୦।୩:ସାଧାରଣ ଲୋକଙ୍କ ପକେଟ ଉପରେ ପୁଣି ଏକ ମହଙ୍ଗା ମାଡ଼ ହୋଇଛି। ଯଦି ଆପଣ ଅନଲାଇନ୍‌ରେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ଯୁଦ୍ଧ ଭିତରେ ଭାରତରେ ପ୍ରଥମ ଥର ବଢିଲା ପେଟ୍ରୋଲ ରେଟ୍‌, ଲିଟର ପ୍ରତି ଦେବାକୁ ପଡିବ…

ନୂଆଦିଲ୍ଲୀ,୨୦।୩: ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (HPCL) ଏହାର ପ୍ରିମିୟମ ପେଟ୍ରୋଲର ମୂଲ୍ୟ ପ୍ରତି ଲିଟର 2ଟଙ୍କା ବୃଦ୍ଧି କରିଛି। ନୂତନ ଦର ଶୁକ୍ରବାର ଠାରୁ କାର୍ଯ୍ୟକାରୀ…

ଯୁଦ୍ଧ ଭିତରେ ଖସିଲା ସୁନାଦର; ଦେଢଲକ୍ଷରୁ ତଳକୁ ଖସିଲା ଭରିଏ ସୁନାର ମୂଲ୍ୟ!

ନୂଆଦିଲ୍‌ଲୀ,୨୦।୩: ଖସିଲା ସୁନା, ରୁପା ଦର । ସପ୍ତାହକ ମଧ୍ୟରେ ୨୦ ହଜାର ଟଙ୍କା ଖସିଲାଣି ସୁନା ଦର । ଦେଢ଼ ଲକ୍ଷରୁ ତଳକୁ ଖସିଲା ଭରିଏ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri