୧୦ ସେକେଣ୍ଡରେ ସାନିଟାଇଜ୍‌: ଚର୍ଚ୍ଚାରେ ଦୁଇ ଭାଇ

ବାରିପଦା ଅଫିସ, ୧୫ା୪-ଏବେ କରୋନାକୁ ନେଇ ସାରା ବିଶ୍ୱବାସୀ ଚିନ୍ତିତ। ଏହି ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ବିିିଭିନ୍ନ ସ୍ତରରେ ପଦକ୍ଷେପ ନିଆଯାଉଛି। ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ମୟୂରଭଞ୍ଜ ଜିଲା ବାରିପଦା ସହରର ୨୮ନଂ. ୱାର୍ଡ଼ ବାଗଡିହା ଅଞ୍ଚଳର ଦୁଇ ଭାଇ ସାନିଟାଇଜର ରୁମ୍‌ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି। ସେମାନେ କହିଛନ୍ତି ଯେ, ଏହି ରୁମ୍‌ରେ ଜଣେ ବ୍ୟକ୍ତି ୧୦ସେକେଣ୍ଡ ରହିବା ପରେ ସମୂର୍ଣ୍ଣ ସାନିଟାଇଜ (ବିଶୋଧନ) ହୋଇପାରିବ। ଏହି ଦୁଇ ଭାଇ ହେଲେ ବିଜେନ୍ଦ୍ର କୁମାର ଗିରି ଓ ତାଙ୍କ ସମ୍ପର୍କୀୟ ଭାଇ ସୁରଜ କୁମାର କଅଁର। ଏହି ସାନିଟାଇଜ ରୁମ୍‌ ପାଇଁ ଖର୍ଚ୍ଚ ହୋଇଛି ମାତ୍ର ୮୬୦୦ ଟଙ୍କା। ଏହି ରୁମ୍‌ ଦ୍ୱାରା ସଂକ୍ରମଣକୁ ରୋକାଯାଇପାରିବ ବୋଲି ସେମାନେ ଦାବି କରିଛନ୍ତି।
ବିଜେନ୍ଦ୍ର ନେସ୍କୋର ଜଣେ ଲାଇନ୍‌ମ୍ୟାନ୍‌ ହୋଇଥିବା ବେଳେ ସୁରୁଜ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି। ମଧ୍ୟପ୍ରଦେଶରେ ଜଣେ ଯୁବକ ଏପରିି ସାନିଟାଇଜର ସ୍ପ୍ରେ ରୁମ୍‌ ତିଆରି କରିଥିବା ବିଜେନ୍ଦ୍ର ୩ଦିନ ତଳେ ୟୁଟ୍ୟୁବ୍‌ରେ ଦେଖି ସୁରଜଙ୍କୁ କହିଥିଲେ। ଓଡ଼ିଶାରେ ଏଭଳି ରୁମ୍‌ ହେବା ଦରକାର ବୋଲି ଉଭୟେ ଚିନ୍ତା କରିଥିଲେ। ପରେ ଦୁଇ ଭାଇ ମିଶିି ଦୁଇ ଦିନ ମଧ୍ୟରେ ପ୍ରସ୍ତୁତ କରିଥିଲେ ସାନିଟାଇଜର ରୁମ୍‌। ଏହାର ନାମ ଦିଆଯାଇଛି ‘ଦିଲ୍‌ ସେ ମୟୂରଭଞ୍ଜିଆ’। ବିଜେନ୍ଦ୍ର କହିଛନ୍ତି ଯେ, ଏଭଳିି ରୁମ୍‌କୁ କୋଭିଡ଼ ହସ୍ପିଟାଲ କେନ୍ଦ୍ର ନିକଟରେ ରଖାଗଲେ ସେଠାକୁ ଯାଉଥିବା ବ୍ୟକ୍ତିବିଶେଷ ଆସିବା ପରେ ଏହି ରୁମ୍‌ରେ ପଶି ନିଜକୁ ବିଶୋଧନ କରିପାରିବେ। ବୁଧବାର ଜିଲାର ବାଙ୍କିଶୋଳଠାରେ କୋଭିଡ଼ ହସ୍ପିଟାଲ ଉଦ୍‌ଘାଟନ ହେବ। ଜିଲା ପ୍ରଶାସନକୁ ଅନୁରୋଧ କରି ପ୍ରାଥମିକ ପର୍ଯ୍ୟାୟରେ ଏହି ରୁମ୍‌କୁ ସେଠାରେ ରଖିବେ ବୋଲି ବିଜେନ୍ଦ୍ର ପ୍ରକାଶ କରିଛନ୍ତି। ଏହି ସାନିଟାଇଜ ରୁମ୍‌ ପ୍ରସ୍ତୁତ କରିବା ପାଇଁ ୧୨ଭୋଲଟର ପାଣିମୋଟର, ୟୁପିଏସ୍‌, ପାଇପ୍‌, ରୁମ୍‌ ତିଆରି କରିବା ପାଇଁ ବିଭିନ୍ନ ସରଞ୍ଜାମ ଆବଶ୍ୟକ ପଡ଼ୁଛି। ଦୁଇ ଭାଇ ମିଶି ଏହି ସାନିଟାଇଜର ରୁମ୍‌ ପ୍ରସ୍ତୁତ କରିଥିବା ଜାଣିବା ପରେ ଜିଲାର ବିଭିନ୍ନ ସ୍ଥାନରୁ ଉଭୟଙ୍କ ନିକଟକୁ ପ୍ରଂଶସାରୁ ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri