୧୦ ସୁଦ୍ଧା କମିବ ପିଆଜ ଦର

ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ): ଆସନ୍ତା ଡିସେମ୍ବର ୧୦ରୁ ପିଆଜ ଦର କମିବା ସମ୍ଭାବନା ରହିଛି। କାରଣ ଇଜିପ୍ଟରୁ ସରକାର ପ୍ରାୟ ୧ ଲକ୍ଷ ୨୦ ହଜାର ଟନ୍‌ ପିଆଜ ଆମଦାନୀ କରିଛନ୍ତି। ଏହା ରବିବାର ଦେଶରେ ପହଞ୍ଚତ୍ ସାରିଛି। ଖୁବ୍‌ଶୀଘ୍ର ସାରା ଦେଶର ବଜାରରେ ଏହା ମିଳିବ। ସେହିପରି ନାସିକରୁ ଓଡ଼ିଶାକୁ ଆସନ୍ତା ୧୦ତାରିଖରୁ ନୂଆ ଅମଳ ପିଆଜ ଆସିବା ସମ୍ଭାବନା ରହିଛି। ଦୁଇ ସ୍ଥାନର ପିଆଜ ଉପଲବ୍ଧ ହେଲେ କିଲୋଗ୍ରାମ ପିଛା ଶହେ ଟଙ୍କା ଛୁଇଁଥିବା ଦର ପ୍ରାୟ ୪୦ଟଙ୍କା ହୋଇପାରେ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।
ରାଜ୍ୟରେ ପିଆଜର ସ୍ଥିତି କିପରି ଅଛି, କେବେ ସୁଦ୍ଧା ଦର ନିୟନ୍ତ୍ରଣକୁ ଆସିବ ତାହା ଜାଣିବା ପାଇଁ ସୋମବାର ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବ୍ୟବସାୟୀ ସଂଘ ସହିତ ଆଲୋଚନା କରିଥିଲା। ଆଲୋଚନା ପରେ ସୁଧାକର ପଣ୍ଡା କହିଥିଲେ ଯେ, ବର୍ତ୍ତମାନ ରାଜ୍ୟରେ ଯଥେଷ୍ଟ ପରିମାଣର ପିଆଜ ଗଚ୍ଛିତ ଅଛି। କାରଣ ଉଚ୍ଚା ଦର ଯୋଗୁ ପିଆଜ ବିକ୍ରି କମ୍‌ ହେଉଛି। ଅନ୍ୟପକ୍ଷରେ ନାସିକ୍‌ରୁ ଆସନ୍ତା ଦୁଇ ତିନି ଦିନ ଭିତରେ ନୂଆ ଅମଳ ପିଆଜ ଅନ୍ୟତ୍ର ପଠାଯିବ। ତାହା ଓଡ଼ିଶା ଆସିବା ପାଇଁ ପ୍ରାୟ ୮/୧୦ ଦିନ ଲାଗିବ। ତେଣୁ ଆମେ ଆଶା ରଖିଛୁ ଆସନ୍ତା ୧୦ତାରିଖ ସୁଦ୍ଧା ପିଆଜ କିଲୋଗ୍ରାମ ପିଛା ୪୦ଟଙ୍କାରେ ପହଞ୍ଚତ୍ ଯାଇପାରେ। ସେହିପରି ଇଜିପ୍ଟରୁ ପିଆଜ ଆସିବା ଓ ଅଧିକ ଆସିବା ସମ୍ଭାବନା ଥିବା କାରଣରୁ ରବିବାର ଅପେକ୍ଷା ସୋମବାର ପିଆଜର ହୋଲ୍‌ସେଲ୍‌ ପ୍ରାଇସ୍‌ ୫୦୦ ଟଙ୍କା କମ୍‌ ରହିଛି। ଆସନ୍ତା ୧୦-୧୫ ଦିନ ଭିତରେ ନିଶ୍ଚିତ ଭାବେ ଏକ ଯୁକ୍ତିଯୁକ୍ତ ମୂଲ୍ୟ ଉପରେ ପିଆଜ ମିଳିବା ଆଶା ରହିଥିବା ପଣ୍ଡା କହିଛନ୍ତି।
ସୂଚନାଯୋଗ୍ୟ, ଗତମାସର ଅନିୟମିତ ବର୍ଷା ଫଳରେ ଦେଶରେ ପିଆଜ ଉତ୍ପାଦନ ପ୍ରଭାବିତ ହୋଇଥିଲା। ତେଣୁ ବଜାରରେ ଏହାର ଅଭାବ ସୃଷ୍ଟି ହୋଇଥିଲା। ବେଙ୍ଗାଲୁରୁ, ମହାରାଷ୍ଟ୍ରର ନାସିକ, ଆନ୍ଧ୍ରପ୍ରଦେଶର କର୍ନୁଲରୁ ଓଡ଼ିଶାକୁ ମୁଖ୍ୟତଃ ପିଆଜ ଆସିଥାଏ। କିନ୍ତୁ ଅନିୟମିତ ବର୍ଷା ପିଆଜ ଉତ୍ପାଦନକୁ ଗୁରୁତର ଭାବେ କମାଇ ଦେଇଛି। ଅନ୍ୟପଟେ ଡିସେମ୍ବର ପ୍ରଥମ ସପ୍ତାହରେ ଦେଶରେ ନୂଆ ପିଆଜ ଅମଳ ହୋଇଯିବ। ଫଳରେ ଆଉ ପିଆଜର ଅଭାବ ରହିବ ନାହିଁ ବୋଲି ଆଶା କରାଯାଉଛି। ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସହରରେ ପିଆଜ ଦର କିଲୋଗ୍ରାମ ପିଛା ୯୦ରୁ ଅଧିକ ରହିଛି। ଫଳରେ ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି। ଓଡ଼ିଶାରେ ଦୈନିକ ପ୍ରାୟ ୬ଶହରୁ ୭ଶହ ଟନ୍‌ ଅର୍ଥାତ୍‌ ୬ଲକ୍ଷରୁ ୭ ଲକ୍ଷ କିଲୋଗ୍ରାମ ଯାଏ ପିଆଜ ବିକ୍ରି ହୋଇଥାଏ। କିନ୍ତୁ ଦର ଅଧିକ ରହିଥିବାରୁ ମାତ୍ର ୨ଲକ୍ଷରୁ ଅଢ଼େଇ ଲକ୍ଷ କିଲୋଗ୍ରାମ ଯାଏ ପିଆଜ ବିକ୍ରି ହେଉଛି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri