Categories: ଜାତୀୟ

୧୦ ମାସରେ ଏନ୍‌କାଉଣ୍ଟରରେ ୧୨୮ ମାଓବାଦୀଙ୍କ ମୃତ୍ୟୁ ଘଟିଛି: ଦଣ୍ଡକାରଣ୍ୟରେ ସର୍ବାଧିକ

ରାୟପୁର,୧।୧୨: ଗତ ୧୦ ମାସରେ ଦେଶର ବିଭିନ୍ନ ମାଓବାଦୀ ପ୍ରବଣ ଅଞ୍ଚଳରେ ଜାରି ରହିଥିବା ଏନ୍‌କାଉଣ୍ଟରରେ ୧୨୮ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ସର୍ବାଧିକ ୬୦ ପ୍ରତିଶତ ଅର୍ଥାତ୍‌ ୭୮ ମାଓବାଦୀଙ୍କ ଏନ୍‌କାଉଣ୍ଟର ଦଣ୍ଡକାରଣ୍ୟ ଅଞ୍ଚଳରେ ହୋଇଛି। ୨୦୧୮ ଡିସେମ୍ବରରୁ ୨୦୧୯ ସେପ୍ଟେମ୍ବର ମଧ୍ୟରେ ଏହା ହୋଇଥିବା ବିଭିନ୍ନ ଏନ୍‌କାଉଣ୍ଟରରେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ମାଓବାଦୀ ସେଣ୍ଟ୍ରାଲ୍‌ ମିଲିଟାରୀ କମିଶନ୍‌(ସିଏମ୍‌ସି) ପକ୍ଷରୁ ସ୍ବୀକାର କରାଯାଇଛି। ଦଣ୍ଡକାରଣ୍ୟ ସହିତ ଓଡ଼ିଶା,ଆନ୍ଧ୍ର-ଓଡ଼ିଶା ସୀମା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର-ଛତିଶଗଡ଼ ଆଦି ଅଞ୍ଚଳରେ ମଧ୍ୟ ଏନ୍‌ କାଉଣ୍ଟର ଯୋଗୁ ମାଓବାଦୀ ସଂଗଠନର ବହୁ କ୍ଷତି ହୋଇଛି। ଏହି ସମୟ ମଧ୍ୟରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ୩୬୦ଟି ଅଞ୍ଚଳରେ ସଂଘର୍ଷ ହୋଇଛି। ସେଥି ମଧ୍ୟରୁ ୭୦ଟି ମୁହାଁମୁହିଁ ଲଢ଼େଇ ହୋଇଛି। ଏଥିରେ ୭୫ ଜଣ ଯବାନ ଶହୀଦ୍‌ ହୋଇଛନ୍ତି। ୧୩ଟି ଅଞ୍ଚଳରେ ଅସ୍ତ୍ରଶସ୍ତ୍ର ଲୁଟ ହୋଇଥିବାବେଳେ ମାଓବାଦୀଙ୍କ ଆକ୍ରମଣରେ ୧୪୭ ଆହତ ହୋଇଥିବା ସିଏମ୍‌ସି ଦାବି କରିଛି।

Share