୧୦୨୬ ହୋମ୍‌ ଆଇସୋଲେଶନରେ, ୯୫ ଜଣଙ୍କ ୧୪ଦିନ ପୂରିଲା

ଶେରଗଡ଼,୨୯ା୩(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ୨୨ ପଞ୍ଚୟତରେ ୧୧୧୬ ଜଣ ବାହାରୁ ଗଁାକୁ ଫେରିଥିଲେ। ସେମାନଙ୍କୁ ନିଜନିଜ ଘରେ ଆଇସୋଲେଶନରେ ରଖାଯାଇଛି। ସେମାନଙ୍କ ଘର ଆଗରେ କରୋନା ସମ୍ପର୍କରେ ଏକ ପୋଷ୍ଟର ପ୍ରଶାସନ ପକ୍ଷରୁ ଲଗାଇ ଦିଆଯାଇଛି। ଉକ୍ତ ଘରୁ ବାହାରୁ ଆସିଥିବା ବ୍ୟକ୍ତି ମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ବାହାରକୁ ନ ବାହାରିବା ପାଇଁ ବାରଣ କରାଯାଇଛି। ଶନିବାର ସୁଦ୍ଧା ୧୧୧୬ ଜଣରୁ ମୋଟ ୯୫ ଜଣଙ୍କ ୧୪ ଦିନ ପୁରିଛି। ସେମାନଙ୍କ ସ୍ଥିତି ଠିକ୍‌ ଥିବାବେଳେ ଉକ୍ତ ୯୫ଜଣ ବୁଲାବୁଲି କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ଜଣାଯାଇଛି। ଉକ୍ତ ସମସ୍ତ କାର୍ଯ୍ୟ ବିଡିଓ ସୁରଞ୍ଜନ କୁମାର ସାହୁ ଓ ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ତଦାରଖ କରୁଥିବାବେଳେ ଶେରଗଡ଼ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ପାଟ୍ରୋଲିଂ କଡାକଡି କରି ନଜର ରଖିଛନ୍ତି।