୧୦ରୁ ଉତ୍ସବ ପ୍ରଧାନପାଟ : ଅଂଶଗ୍ରହଣ କରିବେ ୭୫୦ରୁ ଊଦ୍ଧ୍ୱର୍ର୍ କଳାକାର

ଦେବଗଡ଼, ୯।୨(ଡି.ଏନ.ଏ.)- ଆଗାମୀ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ଦିନ ଧରି ପ୍ରଧାନପାଟ ଜଳପ୍ରପାତ ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ପାଳିତ ହେବାକୁ ଥିବା ଉତ୍ସବ ପ୍ରଧାନପାଟ -୨୦୨୦ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏ ସମ୍ପର୍କରେ ଶନିବାର ଓସ୍‌ୱାନ ପ୍ରକୋଷ୍ଠରେ ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆନୁଷ୍ଠାନିକ ଭାବେ ସୂଚନା ପ୍ରଦାନ କରାଯାଇଛି। ଏହି ସୂଚନା ଅନୁଯାୟୀ ଚଳିତବର୍ଷ ଏହି ଉତ୍ସବ ପାଳନ ନିମନ୍ତେ ୧୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ୧୦ତାରିଖ ଉଦ୍‌ଘାଟନୀ ଦିବସରେ ସ୍ଥାନୀୟ କନକଦୁର୍ଗା ମନ୍ଦିର ପରିସରରୁ ଏକ ସାଂସ୍କୃତିକ ମଶାଲ ଶୋଭାଯାତ୍ରା ବାହାରି ପ୍ରଧାନପାଟ ପର୍ଯ୍ୟନ୍ତ ଯିବା ସହ ଅଧିଷ୍ଠାତ୍ରୀ ମା’ ପ୍ରଧାନପାଟେଶ୍ୱରୀଙ୍କ ପୀଠରେ ପହଞ୍ଚତ୍ବ। ସେଠାରୁ ଆଜ୍ଞାମାଳ ଅଣାଯିବା ପରେ ମୁକ୍ତାକାଶ ସାଂସ୍କୃତିକ ମଞ୍ଚରେ ମଶାଲ ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବରେ ରାଜ୍ୟ ବାହାରୁ ୩ଟି ଖ୍ୟାତନାମା ସାଂସ୍କୃତିକ ଦଳ, ରାଜ୍ୟର ୨୦ଟି ଓ ଜିଲାର ୯ଟି ଦଳ ସମେତ ମୋଟ ୩୨ଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ମଧ୍ୟରେ କୋଲକାତାର ସୋମା କୁଣ୍ଡୁ ଓ ଗ୍ରୁପ, ଛତିଶଗଡର ସରସ୍ବତୀ କଳା ନିକେତନ ରହିଥିବା ଜଣାପଡିଛି। ସେହିପରି ବଲାଙ୍ଗୀରର ଢାପ ନୃତ୍ୟ, ଜଟଣୀର କଥକ ଓ ମଣିପୁରୀ, ଝାରସୁଗୁଡାର ଝୁମେର ନୃତ୍ୟ, ବାଙ୍କୀର ଫ୍ୟୁଜନ, କେନ୍ଦ୍ରାପଡାର ପାଟୁଆ ନାଚ, ତୁଷୁରାର ଘୁଡକା ନାଚ, କଳାହାଣ୍ଡିର ସିଙ୍ଗାରୀ ଚାଙ୍ଗୁ ଓ ଘୁମୁରା, ବରଗଡର ପରଭା ନୃତ୍ୟ, ଗଜପତି, କୁଚିଣ୍ଡା,ସମ୍ବଲପୁର ଓ ଦେବବଗଡ ଜିଲାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଆଦି ୩୨ ଗୋଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରି ଲୋକ ନୃତ୍ୟ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ା ଏହି ଅବସରରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଓରମାସ ପକ୍ଷରୁ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ ଓ ଏଥିରେ ୨୩୦ ଟି ଷ୍ଟଲ ଖୋଲାଯିବ। ଏଥିସହ ଫୁଡପ୍ଲାଜା ଓ କୃଷିବିଭାଗ ପକ୍ଷରୁ କୃଷିମେଳା ଓ କୃଷକ ପାଠଶାଳା ଓ ପୁସ୍ତକ ମେଳାସହ କବି ସମ୍ମିଳନୀର କାର୍ଯ୍ୟକ୍ରମ ରହିଛି ବୋଲି ଜିଲାପାଳ ସାମାଲ ଏହି ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ। ଏହି ଖବରଦାତା ସମ୍ମିଳନୀରେ ଉପ ଜିଲାପାଳ ବ୍ରଜବନ୍ଧୁ ଭୋଇ, ସହକାରୀ ଜିଲାପାଳ କୈବଲ୍ୟ କର, ଦେବଗଡ ପୌରପରିଷଦ ଅଧିକାରୀ କୁଞ୍ଜବନ ପ୍ରଧାନ ଏବଂ ଓରମାସ୍‌ର ଡିଏସ୍‌ଏମଏସ୍‌ ସୁବଳ ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ ା ଶେଷରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri