ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ରଖିବା ପ୍ରସଙ୍ଗ: ଶ୍ୱେତପତ୍ର ଦାବି କଲା ଭାଜପା

ଭୁବନେଶ୍ୱର,୮ା୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଭାଜପା ଟାର୍ଗେଟ କରିଛି। ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ରବିବାର ଏକ ଖବରଦାତା ସମ୍ମିଳନୀରେ ମହାପ୍ରଭୁଙ୍କ ଟଙ୍କା ପ୍ରସଙ୍ଗରେ ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବି କରିଛନ୍ତି।

ହରିଚନ୍ଦନ କହିଛନ୍ତି, ୨୦୧୭ରେ ଉନ୍ନୟନ କମିଶନର କହିଥିଲେ, ୟେସ୍‌ ବ୍ୟାଙ୍କରେ ଟଙ୍କା ନ ଥିଲା। ୨୦୧୯ ମାର୍ଚ୍ଚରେ ଟଙ୍କା ରଖିବା ପଛରେ ଚୋରି ଓ ହରଣଚାଳ କରିବା ଉଦ୍ଦେଶ୍ୟ ରହିଛି। ଦେବାଳିଆ ସ୍ଥିତି ନେଇ ରାଜ୍ୟ ସରକାର ୨୦୧୮ରେ ଜାଣିଥିଲେ। ଏ ନେଇ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ। ନଚେତ୍‌ ଭାଜପା କୋର୍ଟକୁ ଯିବ ବୋଲି ସେ କହିଛନ୍ତି।