ୟେମେନରେ ସୌଦିର ଏୟାର ଷ୍ଟ୍ରାଇକ୍‌: ୩୧ ମୃତ

ରିୟାଦ୍‌,୧୬।୨: ୟେମେନରେ ସୌଦି ଏୟାର ଷ୍ଟାଇକ୍‌ କରିଛି। ଶନିବାର ବିଳମ୍ବିତ ରାତିରେ ହୋଇଥିବା ଏହି ଘଟଣାରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ୟେମେନରେ ସୌଦି ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ପରେ ଏଭଳି ହୋଇଛି। ହୁତି ବିଦ୍ରୋହୀଙ୍କ ଶିବିର ଉପରେ ସୌଦି ଯୁଦ୍ଧ ବିମାନରୁ ବୋମା ବର୍ଷା କରାଯାଇଛି। ଶୁକ୍ରବାର ସୌଦିର ଯୁଦ୍ଧ ବିମାନ ଅଲ୍‌-ଜବାଫ ପ୍ରଦେଶରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହା ପଛରେ ହୁତି ବିଦ୍ରୋହୀମାନଙ୍କ ହାତ ଥିବା କୁହାଯାଉଛି। ତେବେ ଯୁଦ୍ଧ ବିମାନ କିଭଳି ଦୁର୍ଘଟଣା ଗ୍ରସ୍ତ ହେଲା ସେ ନେଇ ସୌଦି କିମ୍ବା ହୁତି ବିଦ୍ରୋହୀଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

Share