ୟୁ ଆର୍‌ ନଟି

ଶୁଭନାରାୟଣ ଶତପଥୀ
ଗତ ଛୁଟିରେ ମୁଁ ବଲାଙ୍ଗୀର ଇଣ୍ଟରସିଟିରେ ସମ୍ବଲପୁରରୁ ଫେରୁଥାଏ। ଟ୍ରେନ୍‌ଟି ଭାରି ଭିଡ଼ ହୋଇଥିବାରୁ ସିଟ୍‌ ମିଳିଲା ନାହିଁ। ଠିଆ ହୋଇ ଆସିବା ଭିତରେ ଚାରିଆଡ଼କୁ ନଜର ବୁଲାଉଥାଏ। ଦୁଇଟି ସିଟ୍‌ ଫାଙ୍କା ପଡ଼ିଥିବାର ଦେଖିଲି। ସିଟ୍‌ ପାଖରେ ପହଞ୍ଚିଗଲି। ଦେଖେ ତ ମୋ ପିଲାବେଳର ସାଙ୍ଗ ସୁବାସ ଲମ୍ବା ସିଟ୍‌ର ଗୋଟିଏ କଡ଼ରେ ବସିଛି। ଫାଙ୍କା ଥିବା ସ୍ଥାନରେ ମୁଁ ବସିବାକୁ ଗଲାବେଳେ ସେ ମୋତେ ମନା କଲା। ମୁଁ ଭାବିଲି ବୋଧହୁଏ ସେ ସିଟ୍‌ ଦୁଇଟିର ଯାତ୍ରୀ ଟଏଲେଟ୍‌ ଯାଇଛନ୍ତି। ମୋର ବସିବାର ଲାଳସା ଦେଖି ସୁବାସ ଠିଆ ହୋଇପଡ଼ି ନିଜ ସିଟ୍‌ଟିକୁ ଯାଚିଲା। ମୁଁ କିନ୍ତୁ ମନାକଲି ଓ ପିଲାବେଳର ପୁରୁଣା ସ୍ମୃତିଗୁଡିକୁ ସାଉଁଟିବା ପାଇଁ ତା’ ସହ କଥାବାର୍ତ୍ତା ଆରମ୍ଭ କଲି। ଦୁଇମିନିଟ୍‌ ହୋଇଛି କି ନାହିଁ ଗୋଟିଏ ଦଶବର୍ଷର ପିଲାକୁ ଧରି ମହିଳା ଜଣେ ଆସି ସୁବାସ ପାଖରେ ବସିଲେ। ସୁବାସ ତାଙ୍କୁ ମୋ ସହିତ ପରିଚୟ କରାଇଦେଲେ ଯେ ସେ ହେଉଛନ୍ତି ତାଙ୍କ ସ୍ତ୍ରୀ ସୁଶୀଳା ଓ ପୁଅ ଆକାଶ। ସଙ୍ଗେ ସଙ୍ଗେ ସୁଶୀଳା ମ୍ୟାଡାମ୍‌ କହିଲେ ଆପଣ ଏଇଠି ବସନ୍ତୁ। ସେତେବେଳକୁ ମୁଁ ଜାଣିସାରିଥାଏ ମ୍ୟାଡାମ୍‌ ଆଣ୍ଠୁରୋଗଜନିତ ଯନ୍ତ୍ରଣାରେ ପୀଡ଼ିତ। ମୁଁ ତାଙ୍କୁ ମନାକରିବା ପୂର୍ବରୁ ସୁବାସର ପୁଅ ଆକାଶ ମୋ ହାତ ଧରି ତା’ ସିଟ୍‌ରେ ବସାଇଦେଲା ଓ ତା’ ବାପାଙ୍କ କୋଳରେ ନିଜେ ବସିପଡ଼ିଲା। ଛୋଟ ପିଲାଟିଏ ହେଲେ କ’ଣ ହେବ ତା’ର ଭଦ୍ରୋଚିତ ବ୍ୟବହାର, ସଂସ୍କାରକୁ ମାନିବାକୁ ହେବ। ଦୁଇମାସ ତଳେ ମୋ ସହ ଘଟିଥିବା ଅନ୍ୟ ଏକ ଘଟଣା ସହ ଏଇ ଛୋଟ ଘଟଣାଟିର ବେଶ୍‌ ସାମଞ୍ଜସ୍ୟ ରହିଛି ବୋଲି ମୁଁ ହିଁ କେବଳ ଜାଣେ।
ଘଟଣାଟି ଏହି ପ୍ରକାର- ମାଉସୀପୁଅ ଭାଇର ବାହାଘରରେ ଯୋଗ ଦେବାକୁ ମୁଁ ସାକ୍ଷୀଗୋପାଳ ଯାଇଥାଏ। ସମୟ ପ୍ରାୟ ଅପରାହ୍ଣ ୪ଟା ହେବ। ଭୋଜି ଖାଇସାରି ବିବାହ ବେଦି ପାଖରେ ଗୋଟିଏ ଚୌକିରେ ବସିଥାଏ। ମୋ ଚାରିପାଖର ଚୌକିଗୁଡ଼ିକ ଫାଙ୍କା ପଡ଼ିଥାଏ। ହଠାତ୍‌ ଜଣେ ଆଠବର୍ଷର ବାଳକ ଖାଲି ଖଲିପ୍ଲେଟ ଓ ଦନାଟିଏ ଧରି ଆସି ମୋ ପାଖ ଚୌକିରେ ବସିଲା। ବେଶ ପରିପାଟୀ ବେଶ୍‌ ସୁନ୍ଦର। ତା’ର ଚପଳତାକୁ ମୁଁ ଲକ୍ଷ୍ୟ କରୁଥିଲି। ବସିବାର ଦଶ ମିନିଟ ହୋଇଛି କି ନାହିଁ ସେ ବସିଥିବା ଚୌକି ଉପରେ ଧରିଥିବା ଖଲି ଓ ଦନାକୁ ଥୋଇ କୁଆଡ଼େ ଯିବାକୁ ବାହାରିଲା। ଆଉ ମୋତେ କହିଲା ଅଙ୍କଲ୍‌, ମୋ ଚୌକି ଓ ଖଲି ଦନାକୁ ଜଗିଥିବେ। ଏତିକି କହି ଚାଲିଗଲା। ଅଧଘଣ୍ଟା ବିତିଗଲା, ପିଲାଟି ଆସି ନ ଥାଏ। ଏତିକିବେଳେ ଜଣେ ବୟସ୍କ ଭଦ୍ର ମହିଳା ଆସି ମୋତେ ପଚାରିଲେ ଆଚ୍ଛା ଏ ଚୌକିରେ ମୁଁ ବସିପାରିବି କି? ମୁଁ ଉପରୋକ୍ତ ଘଟଣାଟି ତାଙ୍କୁ କହିଲି ଏବଂ ଖଲି ଦନାକୁ ମୁଁ ନିଜ କୋଳରେ ଧରି ଭଦ୍ର ମହିଳାଙ୍କୁ ସେ ଚୌକିରେ ବସିବାକୁ କହିଲି। ମନେ ମନେ ଭାବୁଥାଏ, ପିଲାଟି ମୋତେ ସିନା ଜଗାଇ ଦେଇଯାଇଛି କିନ୍ତୁ ସେ ଏକଥା ଭୁଲିଯିବଣି। ମହିଳାଙ୍କ ବସିବାର ଠିକ୍‌ ପାଞ୍ଚମିନିଟ୍‌ ପରେ ସେହି ବାଳକଟି ମୋ ଆଡ଼କୁ ଆସୁଥିବାର ଦେଖିଲି। ତାକୁ ଦୂରରୁ ଦେଖି ଚିନ୍ତାକଲି ସେ ଆସୁ। ମୋ ଚୌକିଟା ତାକୁ ଦେଇଦେବି। ସେ ବସିବ। କିନ୍ତୁ ସେ ମୋ ପାଖରେ ପହଞ୍ଚିବାର ଚାରିହାତ ପୂର୍ବରୁ ମୋତେ କହିଲା ‘ୟୁ ଆର୍‌ ନଟି’। ମୁଁ କିଛି କହିବା ପୂର୍ବରୁ ସେ ଆସି ତା’ର ଖଲି ଓ ଦନା ମୋ ହାତରୁ ନେଇ ଚାଲିଗଲା। ପାଖରେ ବସିଥିବା ଭଦ୍ର ମହିଳା ଓ ଅନ୍ୟ ବ୍ୟକ୍ତିମାନେ ମୋ ସହ ଘଟୁଥିବା ଏ ଘଟଣା ଆଡ଼କୁ ଅବାକ୍‌ ହୋଇ ଚାହିଁ ରହିଥାନ୍ତି। କିନ୍ତୁ ମୁଁ ବୁଝି ସାରିଥାଏ ସେ ବାଳକଟି ଦେଇଥିବା ଦାୟିତ୍ୱକୁ ମୁଁ ଠିକ୍‌ରୂପେ ତୁଲାଇ ପାରିନାହିଁ ବା ଅଣଦେଖା କରିଛି। ସେ ଯାହା ହେଉନା କାହିଁକି ସେଦିନର ନିଷ୍କପଟ, ସ୍ବଚ୍ଛ ମନର ପ୍ରତୀକ ସେହି ବାଳକଟିର କଥାର ଦୃଢ଼ତା ଓ ଦାୟିତ୍ୱସମ୍ପନ୍ନ କାର୍ଯ୍ୟର ଗୁରୁତ୍ୱକୁ ମୁଁ ଉପଲବ୍ଧି କରିପାରୁଥିଲି। ସେତେବେଳକୁ ସେ ନଟି ଶବ୍ଦଟିକୁ ମୁଁ ଗ୍ରହଣ କରି ନେଇଥିଲି। ଏ ଘଟଣାଟିର ଝଲକ ଟ୍ରେନ୍‌ରେ ସୁବାସ ଓ ଆକାଶଙ୍କ ଭିତରେ ଲକ୍ଷ୍ୟକଲି। ଯଦି ମୁଁ ସେଦିନର ସେ ସ୍ଥିତିକୁ ସୁବାସ ଭଳି ପରିଚାଳନା କରିଥାନ୍ତି ବୋଧହୁଏ ବାଳକଟି ମନରେ ଭରସା ଓ ବିଶ୍ୱାସ ଜନ୍ମାଇ ପାରିଥାନ୍ତି। ଏମିତି କଥାବାର୍ତ୍ତା ସରିଲା ବେଳକୁ ଟ୍ରେନ୍‌ ପହଞ୍ଚିସାରିଥାଏ ଅନୁଗୋଳ ଷ୍ଟେଶନରେ। ଝରକା ଆଡକୁ ଚାହିଁଲି ଦଶବାରବର୍ଷର ବାଳକଟିଏ ରୁମାଲଟିଏ ବଢ଼ାଇ ଦେଇ କହୁଛି ଅଙ୍କଲ୍‌ ଗୋଟିଏ ସିଟ୍‌ ରଖିବେ। ଆଉ ସୁଯୋଗକୁ ହାତଛଡା କରି ନ ଥିଲି ସେଦିନ। ରୁମାଲଟିକୁ ଆଣି ମୋ ସିଟ୍‌ରେ ପକାଇଦେଲି ଓ ପୁଣି ଠିଆ ହୋଇପଡ଼ିଲି। ସୁବାସ ମୋତେ ଦେଖି କହୁଥାଏ। ରିୟଲି ୟୁ ଆର ଭେରି ଚାଇଲ୍ଡ ଫ୍ରେଣ୍ଡଲି। କାରଣ ପିଲାଟି ମୋ ହାତକୁ ରୁମାଲ ବଢାଇଲା ବେଳକୁ ଫାଙ୍କା ଥିବା ସିଟ୍‌ରେ ଠିଆ ହୋଇଥିବା ଲୋକ ବସି ସାରିଥାନ୍ତି।
ବାସ୍ତବିକ ଏମିତି ଅନେକ ଘଟଣା ପ୍ରତିଦିନ ଆମ ନଜର ଆଢୁଆଳରେ ଘଟିଯାଏ କିନ୍ତୁ ସେଗୁଡିକୁ ଗୁରୁତ୍ୱ ଦେଇ ନ ଥାଉ ବା ହେୟ ଜ୍ଞାନ କରିଥାଉ। ଯାହା ସଂପୃକ୍ତ ବାଳକ ବା ଶିଶୁମାନଙ୍କର ମନସ୍ତତ୍ତ୍ୱ, ଅଧିକାରକୁ କ୍ଷୁଣ୍ଣ କରି ସେମାନଙ୍କ ମନରେ ନକାରାତ୍ମକ ଭାବନାକୁ ଜନ୍ମଦିଏ। ଏପରି ସମ୍ବେଦନଶୀଳ ଘଟଣାର ପରିଚାଳନା ପାଇଁ ଆମେ ସମାଜର ସମସ୍ତ ନାଗରିକ ବିଶେଷକରି ମାତାପିତା, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀମାନେ ଶିଶୁମାନଙ୍କ ନିମନ୍ତେ ସମାଜର ପ୍ରତିଟି ସ୍ଥାନକୁ ଶିଶୁସୁଲଭ କରିବାକୁ ଯତ୍ନବାନ ହେବା ଆବଶ୍ୟକ। ନଚେତ୍‌ ଶିଶୁଟିର ମନରେ ରେଖାପାତ କରୁଥିବା ପ୍ରତ୍ୟେକ ଘଟଣା କହିବ ‘ୟୁ ଆର୍‌ ନଟି’।
(ଅନ୍ତର୍ଜାତୀୟ ଶିଶୁ ଦିବସ ଉପଲକ୍ଷେ)
ବିଜିପୁର, ବ୍ରହ୍ମଗିରି, ପୁରୀ, ମୋ-୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri