Posted inଖେଳ

ୟୁରୋପ ଆଥଲେଟିକ୍ସ ମିଟ୍‌ରେ ଭାଗ ନେବା ଆଶା ଅଧୁରାଦୂତୀ ନିରାଶ, ଭିଜା ମିଳିଲାନି

ଭୁବନେଶ୍ୱର, ୧୫।୮(କ୍ରୀଡ଼ା ପ୍ରତିନିଧି)- ଜାତୀୟ ରେକର୍ଡର ଅଧିକାରିଣୀ ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଧାବିକା ଦୂତୀ ଚାନ୍ଦଙ୍କୁ ଶେଷରେ ନିରାଶ ହେବାକୁ ପଡ଼ିଛି। ୟୁରୋପ୍‌ ଗସ୍ତ ପାଇଁ ତାଙ୍କୁ ଭିଜା ମିଳିଲାନି। ତେଣୁ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଯୋଗ୍ୟତା ହାସଲ ପାଇଁ ସେ ୟୁରୋପ୍‌ ଗସ୍ତରେ ଯାଇ ଦୁଇଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଯେଉଁ କାର୍ଯ୍ୟକ୍ରମ ରହିଥିଲା ତାହା ଧୂଳିସାତ୍‌ ହୋଇଛି। ସୋସିଆଲ ମିଡିଆ ଜରିଆରେ ଦୂତୀ ଏହା ପ୍ରକାଶ କରିଛନ୍ତି। ”ଫେକ୍‌ ନ୍ୟୁଜ, ମୋତେ ଭିଜା ମିଳିଲା ନାହିଁ। ସୋର ସବୁ ଆଶା ମଉଳି ଗଲା। ମୋର ଜର୍ମାନୀ ଯିବା କ୍ୟାନସଲ“ ବୋଲି ଦୂତୀ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।
ନିଜର ଭିଜା ସମ୍ପର୍କିତ ଔପଚାରିକତା ପୂରଣ ପାଇଁ ଦୂତୀ ବହିର୍ବ୍ୟାପାର ବିଭାଗ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହାୟତା ଲୋଡ଼ିଥିଲେ। ଏହାପରେ ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ ଫେଡେରେଶନ (ଆଇଏଏଏଫ) ଅନୁମୋଦିତ ଆୟର୍ଲାଣ୍ଡ (ଅଗଷ୍ଟ ୧୩) ଓ ଜର୍ମାନୀ(ଅଗଷ୍ଟ ୧୯) ମିଟ୍‌ ପାଇଁ ଓଡ଼ିଶା ଆଇକନ୍‌ ଦୂତୀ ଚାନ୍ଦଙ୍କୁ ଭିଜା ମିଳିଲା ବୋଲି ଗତ ୯ ତାରିଖରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଟୁଇଟର ପୃଷ୍ଠାରେ ଉଲ୍ଲେଖ କରାଯାଇଥିଲା। ଏପରି ଭୁଲ ଖବରକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଦୂତୀ। ”ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଯୋଗ୍ୟତା ପାଇଁ ୟୁରୋପରେ ୨ଟି ରେସ୍‌ରେ ଭାଗ ନେବାକୁ ଯେଉଁ ସ୍ବପ୍ନ ଦେଖିଥିଲି ତାହା ଆଶାରେ ରହିଗଲା। ୨ଟି ସମ୍ମାନଜନକ ପ୍ରତିଯୋଗିତା ପାଇଁ ମୁଁ ନିଜକୁ ପ୍ରସ୍ତୁତ କରିଥିଲି। ପ୍ରତିଯୋଗିତାରେ ଭାଗ ନେବାକୁ ପଇଠ କରିଥିବା ୪ ଲକ୍ଷ ଟଙ୍କା ମଧ୍ୟ ମୋତେ ଫେରସ୍ତ ମିଳିବ ନାହିଁ। ତତ୍କାଳରେ ଟିକେଟ ବୁକ୍‌ କରିଥିବାରୁ ଟିକେଟ ମଧ୍ୟ ବାତିଲ କରି ପାରିବି ନାହିଁ। ଏହା ମୋତେ ଖୁବ୍‌ ଆଘାତ ଦେଇଛି ବୋଲି ଦୂତୀ କହିଛନ୍ତି। ଆଇଏଫଏଫର ଏହି ୨ଟି ପ୍ରତିଯୋଗିତା ପାଇଁ ଭିଜା ମିଳିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲେ ହେଁ ଏ ନେଇ ଦୂତୀଙ୍କ ସହ ଗତ ମଙ୍ଗଳବାର ଯୋଗାଯୋଗ କରାଯାଇ ପାରିଥିଲା। ପାସପୋର୍ଟ ପାଇଁ ତାଙ୍କର ସ୍ଥାୟୀ ଠିକଣାକୁ ନେଇ କେତେକ ସମସ୍ୟା ରହିଥିଲେ ହେଁ ତାଙ୍କୁ ଅବଗତ କରାଯିବା ବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା। ପ୍ରକାଶ ଯୋଗ୍ୟ ଯେ, ଦୂତୀ ଜୁଲାଇ ୧୦ରେ ଇଟାଲିର ନାପୋଲିଠାରେ ଅନୁଷ୍ଠିତ ବିଶ୍ୱ ୟୁନିଭର୍ସିଟି ଗେମ୍ସରେ ଅଂଶଗ୍ରହଣ କରି ପ୍ରଥମ ଭାରତୀୟ ଭାବେ ମହିଳା ୧୦୦ ମିଟର ରେସ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ୧୦୦ ମିଟର ରେସ୍‌ରେ ବିଶ୍ୱ ଚାମ୍ପିୟନଶିପ୍‌ କ୍ୱାଲିଫାଇଙ୍ଗ୍‌ ଟାଇମିଂ ହେଉଛି ୧୧.୨୪ ସେକେଣ୍ଡ। ୨୦୨୦ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଇଙ୍ଗ୍‌ ଟାଇମିଂ ୧୧.୧୫ ସେକେଣ୍ଡ ରହିଛି। ଦୂତୀ ଗତ ଏପ୍ରିଲ୍‌ରେ ଦୋହାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ୧୧.୨୬ ସେକେଣ୍ଡ ନେଇ ବ୍ୟକ୍ତିଗତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏଥିରେ ଉନ୍ନତି ଆଣି ସେ ବିଶ୍ୱ ଚାମ୍ପିୟନଶିପ ଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ଲକ୍ଷ୍ୟରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri