Categories: ଖେଳ

ୟୁରୋପିଆନ ମାଷ୍ଟର୍ସ ଗେମ୍ସରେ ପାର୍ବତୀଙ୍କୁ ବ୍ରୋଞ୍ଜ

କଟକ ଅଫିସ,୩୧ା୭-ଇଟାଲୀର ଟୋରିନୋ ସହରରେ ଚାଲିଥିବା ୟୁରୋପିଆନ ମାଷ୍ଟର୍ସ ଗେମ୍ସରେ ଅନ୍ତର୍ଜାତୀୟ ଆଥଲେଟ୍‌ ପାର୍ବତୀ ସେଠୀ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ମଙ୍ଗଳବାର ଅନୁଷ୍ଠିତ ଶଟପୁଟ ଫାଇନାଲରେ ୧୦.୧୬ ମିଟର ଦୂରତାକୁ ଫିଙ୍ଗି ପାର୍ବତୀ ବ୍ରୋଞ୍ଜ ପଦକ ଜିତିଥିଲେ । ତେବେ ଅଳ୍ପ ବ୍ୟବଧାନରେ ପାର୍ବତୀ ରୌପ୍ୟ ପଦକରୁ ବଞ୍ଚିତ ହୋଇଛନ୍ତି । ଏହି ଇଭେଣ୍ଟରେ ଜର୍ମାନୀ ପ୍ରତିଯୋଗୀ ରୌପ୍ୟ ଓ ଚେକ ରିପବ୍ଲିକ ପ୍ରତିଯୋଗୀ ସ୍ବର୍ଣ୍ଣ ପଦକ ଜିତିଥିଲେ । ଆସନ୍ତା ୧ ତାରିଖରେ ପାର୍ବତୀଙ୍କର ମୁଖ୍ୟ ଇଭେଣ୍ଟ ଡିସକସ ଥ୍ରୋ ଅନୁଷ୍ଠିତ ହେବ। ଏଥିରେ ସେ ସ୍ବର୍ଣ୍ଣ ପଦକ ଜିତିବାର ଆଶା ରଖିଛନ୍ତି ବୋଲି ଇଟାଲୀରୁ ସୂଚନା ଦେଇଛନ୍ତି । ସ୍ପ୍ରିଣ୍ଟ କୁଇନ ଦୂତୀ ଚାନ୍ଦ ପାର୍ବତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Share