Categories: ଖେଳ

ୟୁଏସ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ: ଲକ୍ଷ୍ୟ, ପ୍ରଣୟ, ସୌରଭ ୨ୟ ରାଉଣ୍ଡରେ

ଫୁଲରଟନ (ୟୁଏସ୍‌ଏ), ୧୨।୭ (ପି.ଟି.)- ଉଦୀୟମାନ ଭାରତୀୟ ଶଟ୍‌ଲର ଲକ୍ଷ୍ୟ ସେନ୍‌ ଏଠାରେ ଅନୁଷ୍ଠିତ ୟୁଏସ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଏକ ମ୍ୟାଚ୍‌ରେ ସିନିୟର ଖେଳାଳି ପାରୂପଲ୍ଲୀ କାଶ୍ୟପଙ୍କୁ ପରାସ୍ତ କରି ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଲକ୍ଷ୍ୟଙ୍କ ସମେତ ଏଚ୍‌.ଏସ୍‌. ପ୍ରଣୟ ଓ ସୌରଭ ବର୍ମା ମଧ୍ୟ ୨ୟ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ତେବେ ଅଜୟ ଜୟରାମ, ଶ୍ରୀ କ୍ରିଷ୍ଣା ପ୍ରିୟା କୁଦ୍ରାଭାଲ୍ଳି ଓ ଅରୁଣ ପ୍ରଭୁଦେଶାଇଙ୍କୁ ନିରାଶ ହେବାକୁ ପଡ଼ିଛି।
ସିଙ୍ଗଲ୍ସରେ ଲକ୍ଷ୍ୟ ୨୧-୧୧, ୨୧-୧୮ ସିଧାସଳଖ ଗେମ୍‌ରେ କାଶ୍ୟପଙ୍କୁ ହରାଇ ଦେଇଥିଲେ। ଏହି ମ୍ୟାଚ୍‌ର ଫଳାଫଳ ମାତ୍ର ୩୧ ମିନିଟ୍‌ରେ ବାହାରିଥିଲା। ଲକ୍ଷ୍ୟ ୨ୟ ରାଉଣ୍ଡରେ ଅନ୍ୟତମ ଭାରତୀୟ ପ୍ରତିଯୋଗୀ ସୌରଭଙ୍କୁ ଭେଟିବେ। ସୌରଭ ନିଜର ପ୍ରଥମ ରାଉଣ୍ଡ ମୁକାବିଲାରେ ୨୧-୨୩, ୨୧-୧୫, ୨୨-୨୦ରେ ଇଂଲଣ୍ଡର ଟୋବି ପେଣ୍ଟିଙ୍କୁ ପରାସ୍ତ କରିଥ୍‌ତ୍ଲେ। ସେହିଭଳି ପ୍ରଣୟ ଜାପାନର ୟୁ ଇଗାରିଶଙ୍କୁ ମାତ୍‌ ଦେଇ ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରଥମ ଗେମ୍‌କୁ ୨୧-୨୩ରେ ହାରିଯାଇଥିଲେ ମଧ୍ୟ ପ୍ରଣୟ ୨୪-୨୨, ୨୧-୧୮ରେ ପରବର୍ତ୍ତୀ ଦୁଇ ଗେମ୍‌ ଜିତି ମ୍ୟାଚ୍‌କୁ ନିଜ କବ୍‌ଜାକୁ ଆଣିଥିଲେ। ଜୟରାମ କିନ୍ତୁ ପ୍ରଥମ ରାଉଣ୍ଡରୁ ଝୁଣ୍ଟିଛନ୍ତି। ଚାଇନିଜ ତାଇପେଇର ଓ୍ବାଙ୍ଗ ଜୁ ଓ୍ବି ୨୧-୧୬, ୧୮-୨୧, ୨୧-୧୬ରେ ଜୟରାମଙ୍କୁ ପରାସ୍ତ କରିଥିଲେ।

Share