Posted inଖେଳ

ୟୁଏସ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ: ଲକ୍ଷ୍ୟ, ପ୍ରଣୟ, ସୌରଭ ୨ୟ ରାଉଣ୍ଡରେ

ଫୁଲରଟନ (ୟୁଏସ୍‌ଏ), ୧୨।୭ (ପି.ଟି.)- ଉଦୀୟମାନ ଭାରତୀୟ ଶଟ୍‌ଲର ଲକ୍ଷ୍ୟ ସେନ୍‌ ଏଠାରେ ଅନୁଷ୍ଠିତ ୟୁଏସ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଏକ ମ୍ୟାଚ୍‌ରେ ସିନିୟର ଖେଳାଳି ପାରୂପଲ୍ଲୀ କାଶ୍ୟପଙ୍କୁ ପରାସ୍ତ କରି ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଲକ୍ଷ୍ୟଙ୍କ ସମେତ ଏଚ୍‌.ଏସ୍‌. ପ୍ରଣୟ ଓ ସୌରଭ ବର୍ମା ମଧ୍ୟ ୨ୟ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ତେବେ ଅଜୟ ଜୟରାମ, ଶ୍ରୀ କ୍ରିଷ୍ଣା ପ୍ରିୟା କୁଦ୍ରାଭାଲ୍ଳି ଓ ଅରୁଣ ପ୍ରଭୁଦେଶାଇଙ୍କୁ ନିରାଶ ହେବାକୁ ପଡ଼ିଛି।
ସିଙ୍ଗଲ୍ସରେ ଲକ୍ଷ୍ୟ ୨୧-୧୧, ୨୧-୧୮ ସିଧାସଳଖ ଗେମ୍‌ରେ କାଶ୍ୟପଙ୍କୁ ହରାଇ ଦେଇଥିଲେ। ଏହି ମ୍ୟାଚ୍‌ର ଫଳାଫଳ ମାତ୍ର ୩୧ ମିନିଟ୍‌ରେ ବାହାରିଥିଲା। ଲକ୍ଷ୍ୟ ୨ୟ ରାଉଣ୍ଡରେ ଅନ୍ୟତମ ଭାରତୀୟ ପ୍ରତିଯୋଗୀ ସୌରଭଙ୍କୁ ଭେଟିବେ। ସୌରଭ ନିଜର ପ୍ରଥମ ରାଉଣ୍ଡ ମୁକାବିଲାରେ ୨୧-୨୩, ୨୧-୧୫, ୨୨-୨୦ରେ ଇଂଲଣ୍ଡର ଟୋବି ପେଣ୍ଟିଙ୍କୁ ପରାସ୍ତ କରିଥ୍‌ତ୍ଲେ। ସେହିଭଳି ପ୍ରଣୟ ଜାପାନର ୟୁ ଇଗାରିଶଙ୍କୁ ମାତ୍‌ ଦେଇ ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରଥମ ଗେମ୍‌କୁ ୨୧-୨୩ରେ ହାରିଯାଇଥିଲେ ମଧ୍ୟ ପ୍ରଣୟ ୨୪-୨୨, ୨୧-୧୮ରେ ପରବର୍ତ୍ତୀ ଦୁଇ ଗେମ୍‌ ଜିତି ମ୍ୟାଚ୍‌କୁ ନିଜ କବ୍‌ଜାକୁ ଆଣିଥିଲେ। ଜୟରାମ କିନ୍ତୁ ପ୍ରଥମ ରାଉଣ୍ଡରୁ ଝୁଣ୍ଟିଛନ୍ତି। ଚାଇନିଜ ତାଇପେଇର ଓ୍ବାଙ୍ଗ ଜୁ ଓ୍ବି ୨୧-୧୬, ୧୮-୨୧, ୨୧-୧୬ରେ ଜୟରାମଙ୍କୁ ପରାସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଅନୁ ଗର୍ଗଙ୍କ ବଡ଼ ଘୋଷଣା: ଓଡ଼ିଶା ହେବ ‘ଏସିଆ’ର….

ଭୁବନେଶ୍ୱର,୧୫ା୪(ରବିନାରାୟଣ ଜେନା):ଓଡ଼ିଶାରେ ସମୃଦ୍ଧ ଐତିହ୍ୟ, ବିବିଧ ସଂସ୍କୃତି ଓ ପ୍ରାକୃତିକ ମନୋରମ୍ୟ ରହିଛି। ଏହାକୁ ନେଇ ବିଶ୍ୱସ୍ତରୀୟ ପର୍ଯ୍ୟଟକମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେନେଇ ପର୍ଯ୍ୟଟନ…

୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା

ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।…

ବିଜେଡି-କଂଗ୍ରେସ ମେଣ୍ଟକୁ ନେଇ ବଢୁଛି ଚର୍ଚ୍ଚା: ମନମୋହନ ଦେଲେ ଏମିତି ପରାମର୍ଶ

ଭୁବନେଶ୍ୱର,୧୫।୪(ସୁନିତ୍‌ ମିଶ୍ର):୨୦୨୭ରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ। ଏଥିଲାଗି ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇସାରିଛି। ଆସନ ସଂରକ୍ଷଣ ଆସନ୍ତା ୩୦ ତାରିଖ ସୁଦ୍ଧା ଶେଷ କରିବାକୁ…

ଆହୁରି ବଢ଼ିବ ତାତି: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୫।୪ (ବନ୍ଦନା ସେଠୀ): ରାଜ୍ୟରେ ଆହୁରି ବଢିବ ତାତି। ଗରମ ତାୱାରେ ଜଳିବ ଓଡ଼ିଶା। ସେହିପରି ଆସନ୍ତା ୬ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରକୋପ ଲାଗିରହିବ। ଦିନର…

ଆମେରିକାକୁ ଚେତାବନୀ ଦେଲା ଚାଇନା: ହର୍ମୁଜକୁ ନେଇ ହଲଚଲ

ବେଜିଂ,୧୫ା୪(ଏଜେନ୍ସି):ପାକିସ୍ତାନ ମଧ୍ୟସ୍ଥତାରେ ଇସ୍‌ଲାମାବାଦରେ ୨୧ ଘଣ୍ଟିଆ ଶାନ୍ତି ଆଲୋଚନାରୁ ନିଷ୍କର୍ଷ ନ ବାହାରିବାରୁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଆମେରିକା ଓ ଇରାନ୍‌ ପୁଣି ମୁହଁାମୁହଁି ହୋଇଛନ୍ତି। ଆମେରିକୀୟ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri