ୟୁଏସ୍‌-ଇରାନ ତିକ୍ତତା;ଭାରତ ଅର୍ଥବ୍ୟବସ୍ଥା ଲାଗି ଦ୍ୱୈତ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୫-୧: ଶୁକ୍ରବାର ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌)ର ଏୟାରଷ୍ଟ୍ରାଇକ ଯୋଗୁ ଇରାନ ଶୀର୍ଷ ସେନାଧିକାରୀ ଜେନେରାଲ କାସିମ ସୋଲେମାନୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିଯୋଗୁ ଦୁଇଦେଶ ମଧ୍ୟରେ ତିକ୍ତତା ବଢିଯାଇଛି। ଏହାର ପ୍ରଭାବ ଅନ୍ତର୍ଜାତୀୟ ତୈଳ ବଜାର ଉପରେ ଗଭୀର ଭାବେ ପରିଲକ୍ଷିତ ହୋଇଛି। ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୩ ଡଲାର ବୃଦ୍ଧି ଘଟିଛି। ସେହିଭଳି ଏହାର ପ୍ରଭାବ ଯୋଗୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୪୪ ପଇସା ଦୁର୍ବଳ ହେବା ସହ ୭୧.୮୧ ଟଙ୍କାରେ ବନ୍ଦ ହୋଇଛି। ମାନ୍ଦାବସ୍ଥା ଦେଇ ଭାରତ ଏବେ ଗତି କରୁଥିବା ବେଳେ ଏଭଳି ଆଉ ଏକ ସମସ୍ୟା ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ଦ୍ୱୈତ ସମସ୍ୟା ସୃଷ୍ଟି କରିବ ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି।
ମଧ୍ୟପ୍ରାଚ୍ୟରେ ଏଭଳି ସମସ୍ୟା ଉପୁଜିବା ଭାରତ ଲାଗି ସମସ୍ୟା କୁ ବଢାଇପାରେ ବୋଲି କୁହାଯାଉଛି। ପ୍ରଥମତଃ ତେଲ ଦର ବଢିଯିବା ଏବଂ ଯୋଗାଣ ବାଧାପ୍ରାପ୍ତ ହେବା ଭଳି ସମସ୍ୟା ଉପୁଜିବା ନେଇ ଆଶଙ୍କା କରାଯାଉଛି। ବର୍ତ୍ତମାନ ତେଲ ଦର ୧୩ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ଭାରତ ତୈଳ ଆମଦାନୀ ଲାଗି ଚଳିତ ବର୍ଷ ୧୧୨ ବିଲିୟନ ଡଲାର ଖର୍ଚ୍ଚ କରିବା ନେଇ ଧାର୍ଯ୍ୟ ହୋଇଛି। ବର୍ତ୍ତମାନର ସ୍ଥିତି ଯୋଗୁ ତେଲ ଦର ଲଗାତର ବଢିବା ଆଶଙ୍କା ଉପୁଜିଛି। ତେଲ ମହଙ୍ଗା ହେଲେ ଏହାର ସିଧାସଳଖ ପ୍ରଭାବ ଦେଶର ବଜେଟ ଉପରେ ପଡିବ। ଦରଦାମ ବୃଦ୍ଧି ଯୋଗୁ ଲୋକମାନେ ଏବେ ଚିନ୍ତାରେ ରହିଛନ୍ତି। ତେଲ ଦର ବୃଦ୍ଧି ଏହା ଉପରେ ବୋଝ ସଦୃଶ ହେବ। ଫଳରେ ଲୋକମାନେ ଅନ୍ୟ କ୍ଷେତ୍ରରେ କରୁଥିବା ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ବାଧ୍ୟ ହେବେ। ଲୋକମାନେ ଖର୍ଚ୍ଚ କମାଉଥିବା ଯୋଗୁ ଏବେ ଚାହିଦା କମିଛି। ଏହାର ସିଧାସଳଖ ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ପଡିଛି। ଭାରତୀୟ ଅର୍ଥ ବ୍ୟବସ୍ଥା ଏଭଳି ଏକ ସ୍ଥିତି ଦେଇ ଗତି କରୁଥିବା ବେଳେ ନୂଆ ସମସ୍ୟା ଚିନ୍ତାକୁ ଆହୁରି ବଢାଇଥିବା ଅର୍ଥନୀତିଜ୍ଞମାନେ ମତ ରଖିଛନ୍ତି। ତେଲ ମହଙ୍ଗା ହେଲେ ସରକାର ଜନକଲ୍ୟାଣକାରୀ ଯୋଜନା ବାବଦକୁ ଖର୍ଚ୍ଚ ଉପରେ ମଧ୍ୟ ପ୍ରଭାବ ପଡିବାର ଆଶଙ୍କା ଉପୁଜିଛି। ଏହି ଯୋଜନାଗୁଡିକୁ ଜାରି ରଖିବା ଏବଂ ନୂଆ ଯୋଜନା ସମ୍ପର୍କରେ ଚିନ୍ତା କରିବା ମଧ୍ୟ କଷ୍ଟକର ହେବ ବୋଲି କୁହାଯାଉଛି।
ଭାରତ ଏହାର ଆବଶ୍ୟକତା ପୂରଣ କରିବା ଲାଗି ମୋଟ ତେଲର ପ୍ରାୟ ୮୦% ବିଦେଶରୁ ଆମଦାନୀ କରୁଛି। କେବଳ ୭୦% ତେଲ ଓପେକ୍‌ ଦେଶ ଯୋଗାଉଛନ୍ତି। ୟୁଏସ୍‌-ଇରାନ ତିକ୍ତତା ବଢିବା ଯୋଗୁ ତେଲ ଯୋଗାଣ ବାଧାପ୍ରାପ୍ତ ହେବା ଆଶଙ୍କା ଉପୁଜିଛି। ଯଦି ତେଲ ଦର ଉପରେ ଲଗାମ ନ ଲାଗେ ଏହାର ପ୍ରଭାବ ବ୍ୟବସାୟ ଉପରେ ମଧ୍ୟ ପଡିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ୟୁଏସ୍‌-ଇରାନ ମଧ୍ୟରେ ତିକ୍ତତା ଫଳରେ ବର୍ତ୍ତମାନ ସୁଦ୍ଧା ଅଶୋଧିତ ତେଲ ଦର ୪% ବଢିଛି। ଯଦି ଇରାନ ପାରସ୍ୟ ଉପସାଗର ଏବଂ ଓମାନ ଉପସାଗରକୁ ଯୋଡୁଥିବା ହର୍ମୁଜ୍‌ ପ୍ରଣାଳୀକୁ ବନ୍ଦ କରିଦିଏ ତେବେ ପରିଣାମ ଭୟାବହ ହେବ। କାରଣ ବିଶ୍ୱର ଏକ ତୃତୀୟାଂଶ ତେଲ ଏବଂ ଗ୍ୟାସ୍‌ ଏହି ରାସ୍ତା ଦେଇ ଯାଇଥାଏ। ଇରାନ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ ପ୍ରଭାବ ସାରା ବିଶ୍ୱର ଶେୟାର ବଜାର ଉପରେ ପଡିଛି। ସେନସେକ୍ସ ଶୁକ୍ରବାର ୧୬୨ ପଏଣ୍ଟ ନିମ୍ନରେ ରହିଛି। ସେହିଭଳି ନିଫ୍ଟି ୫୫% କମିଥିବାର ଦେଖାଯାଇଛି। ଓପେକ୍‌ ଦେଶଗୁଡିକ ମଧ୍ୟରେ ଇରାକ ସବୁଠାରୁ ଅଧିକ ପରିମାଣର ତେଲ ଉତ୍ପାଦନ କରିଥାଏ। ଏହା ଦୈନିକ ୪.୭ ନିୟୁତ ଟନ୍‌ ବ୍ୟାରେଲ ତେଲ ଉତ୍ପାଦନ କରିଥାନ୍ତି। ସୌଦି ଆରବ, କୁଏଟ ଏବଂ ଇରାନ ମିଳିତ ଭାବେ ଦୈନିକ ୧୫ ନିୟୁତ ବ୍ୟାରେଲ ତେଲ ଉତ୍ପାଦନ କରିଥାଏ। ସାରା ବିଶ୍ୱକୁ ତେଲ ଯୋଗାଣ ହେଉଥିବା ପ୍ରମୁଖ ରାସ୍ତା କୁହାଯାଉଥିବା ଷ୍ଟ୍ରେଟ ଅଫ୍‌ ହର୍ମୁଜ୍‌କୁ ବନ୍ଦ କରିବା ଲାଗି ସମୟ ସମୟରେ ଇରାନ ଧମକ ଦେଉଛି। ଯଦି ଯୁଦ୍ଧ ସ୍ଥିତି ଉପୁଜେ ତେବେ ଇରାନ ଏହି ରାସ୍ତାରେ ତେଲ ଯୋଗାଣ ବନ୍ଦ କରି ଦେବାର ଆଶଙ୍କା ଉପୁଜିଛି।
ଏହି ପ୍ରସଙ୍ଗ ଉପରେ ମତ ରଖି ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌ ଅଧ୍ୟକ୍ଷ ସଞ୍ଜୀବ ସିଂ କହିଛନ୍ତି, ଆମେରିକାର କାର୍ଯ୍ୟାନୁଷ୍ଠାନ ଉପରେ ଇରାନ କି’ ପ୍ରକାର କାର୍ଯ୍ୟପନ୍ଥା ଗ୍ରହଣ କରୁଛି ତାହା ଦେଖିବାକୁ ହେବ। ସେପ୍ଟେମ୍ବରରେ ସୌଦି ତୈଳ କୂପ ଉପରେ ଡ୍ରୋନ ଆକ୍ରମଣ ଯୋଗୁ ବିଶ୍ୱର ତୈଳ ଯୋଗାଣ ୫% ପ୍ରଭାବିତ ହୋଇଥିଲା। ଏହା ଯୋଗୁ ତୈଳ ଦର ଉପରେ କିଛିମାତ୍ରାରେ ପ୍ରଭାବ ପଡିଥିଲା। ସୌଦି ଆରବ ପକ୍ଷରୁ ଯୋଗାଣ ପରିଚାଳନା ଅନ୍ୟ ସ୍ଥାନରୁ ତେଲ ଯୋଗାଣ ଯୋଗୁ ମୂଲ୍ୟ ବୃଦ୍ଧିକୁ ରୋକାଯାଇ ପାରିଥିଲା। ସୌଦି ଆରବ ଘଟଣା ପରେ ଯୋଗାଣ ପ୍ରଭାବିତ ହେବ ବୋଲି କୁହାଯାଉଥିଲା। ମାତ୍ର ଏଭଳି କୌଣସି ସ୍ଥିତି ଉପୁଜି ନ ଥିଲା। ବର୍ତ୍ତମାନର ଘଟଣାକୁ ଇରାନ କେଉଁ ଭଳି ଭାବେ ନେଉଛି ତାହା ଦେଖିବାକୁ ହେବ। କିଛି ସମୟ ଲାଗି ଅସୁବିଧା ଆସିଲେ ଏହାକୁ ତେଲ କମ୍ପାନୀମାନେ ଚଳାଇନେବେ। ମାତ୍ର ଇରାନ ବଡ ପଦକ୍ଷେପ ନେଲେ ତେଲ କମ୍ପାନୀଙ୍କର କୌଣସି ଯୋଜନା କାମ କରିବ ନାହିଁ ବୋଲି ସିଂ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri