Categories: ଗଞ୍ଜାମ

ହୋମ୍‌ କ୍ୱାରାଣ୍ଟାଇନ ନିୟମକୁ ଉଲ୍ଲଂଘନ: କ୍ୱାରାଣ୍ଟାଇନ ସେଣ୍ଟର ଗଲେ ସମ୍ପୃକ୍ତ ବ୍ୟକ୍ତି

ଛତ୍ରପୁର,୧୮ା୫(ଡି.ଏନ୍‌.ଏ)-ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ବାସ୍ଥ୍ୟ ଆପ୍‌। ଜିଲାରେ ହୋମ୍‌ କ୍ୱାରାଣ୍ଟାଇନରେ ଥିବା ଲୋକଙ୍କୁ ଏହି ଆପ୍‌ ଦ୍ୱାରା ମନିଟରିଂ କରାଯାଉଛି। ଉକ୍ତ ଆପ୍‌ର ଡାଟାରୁ ମିଳିଥିବା ସୂଚନା ପ୍ରକାରେ ଜଣେ ବ୍ୟକ୍ତି ହୋମ୍‌ କ୍ୱାରାଣ୍ଟାଇନ ନିୟମକୁ ଉଲ୍ଲଂଘନ କରିଥିବା ଜଣାପଡିଥିଲା। ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଘରୁ କ୍ୱାରାଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ସୋମବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।