କରୋନା ଲକ୍ଷଣ ଅନୁଭବ କରିବାରୁ ହୋମ୍‌ ଆଇସୋଲେଶନରେ କେଜରିଓ୍ବାଲ

ନୂଆଦିଲ୍ଲୀ,୮।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଜ୍ୱର ଓ ଗଳାରେ ଦରଜ ଅନୁଭବ କରିବାରୁ ଏବେ ତାଙ୍କର କରୋନା ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି। ସୋମବାରଠାରୁ ସେ ନିଜକୁ ହୋମ ଆଇସୋଲେଶନରେ ରଖିଛନ୍ତି। ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ଥିବା ତାଙ୍କର ସମସ୍ତ ବୈଠକକୁ ବାତିଲ କରି ଦିଆଯାଇଛି। ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଥିବା ବେଳେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୨୭ ହଜାର ଅତିକ୍ରମ କରିସାରିଲାଣି। ଏମାନଙ୍କ ମଧ୍ୟରୁ ୧୦ ହଜାରରୁ ଊର୍ଦ୍ଧ୍ୱ ସୁସ୍ଥ ହୋଇଥିବା ବେଳେ ୭ଶହରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ହେଲାଣି।

Share