Posted inଖେଳ

ହୋମ୍‌ଲେସ୍‌ ଓ୍ବାଲର୍‌ଡ କପ୍‌ରେ ଭାଗ ନେବ ଭାରତ

ମୁମ୍ବାଇ, ୨୨।୭ (ପି.ଟି.)-ଓ୍ବେଲ୍ସର କାର୍ଡିଫ୍‌ଠାରେ ଜୁଲାଇ ୨୭ରୁ ବାର୍ଷିକ ହୋମ୍‌ଲେସ ଓ୍ବାଲର୍‌ଡ କପ୍‌ ଅନୁଷ୍ଠିତ ହେବ। ଏଥିରେ ଭାରତୀୟ ମହିଳା ଓ ପୁରୁଷ ଫୁଟ୍‌ବଲ ଦଳ ଯଥାକ୍ରମେ ସୁଜାତା ରାୟ ଏବଂ ଅମ୍ରିତ ପାଲ୍‌ ସିଂଙ୍କ ଅଧିନାୟକତ୍ୱରେ ଅଂଶଗ୍ରହଣ କରିବ। ସିଂ ପଞ୍ଜାବ ରାଜ୍ୟର ଭଟିଣ୍ଡା ବାସିନ୍ଦା ହୋଇଥିବାବେଳେ ସୁଜାତାଙ୍କ ବାସସ୍ଥାନ ହେଉଛି ପଶ୍ଚିମବଙ୍ଗରେ। ହୋମ୍‌ଲେସ୍‌ ଓ୍ବାଲର୍‌ଡକପ୍‌ ଫାଉଣ୍ଡେଶନ ହେଉଛି ଏହି ଇଭେଣ୍ଟର ଆୟୋଜକ। ଉଭୟ ମହିଳା ଓ ପୁରୁଷ ଦଳ ଦୁଇ ସପ୍ତାହ ହେଲା ଏକତ୍ର ନାଗପୁରରେ ଅଭ୍ୟାସ ଚଳାଇ ଆସୁଛନ୍ତି। ଖେଳାଳିମାନେ କିପରି ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଅଧିକ ସୁଦୃଢ ହୋଇପାରିବେ ଏ ଦିଗରେ ବିଶେଷ ଧ୍ୟାନ ଦିଆଯାଇଥିଲା ବୋଲି ଭାରତୀୟ ଦଳର ମୁଖ୍ୟ କୋଚ୍‌ ହୋମ୍‌କାନ୍ତ ସୁରାଣ୍ଡେଜ୍‌ ଏଠାରେ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଖେଳାଳିମାନେ ପ୍ରସ୍ତୁତିବେଳେ ଇଂଲିଶ ପ୍ରିମିୟର ଲିଗ୍‌ କ୍ଲବ ଟୋଟେନହାମ୍‌ର ସହାୟତା ନେଇଥିଲେ। ନାଗ୍‌ପୁରରେ ଟୋଟେନହାମ୍‌ର ୪ଜଣ କୋଚ୍‌ ଏକ ସପ୍ତାହ ଧରି ଆମକୁ ଖେଳର ଟେକ୍‌ନିକ୍‌ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ ବୋଲି ୨୩ ବର୍ଷୀୟ ଅମ୍ରିତ କହିଛନ୍ତି। ଟୋଟେନହାମ କୋଚ୍‌ଙ୍କ ସହାୟତା ଯୋଗୁ ଖେଳାଳିମାନଙ୍କ ପ୍ରଦର୍ଶନରେ ଉନ୍ନତି ଘଟିଛି ବୋଲି ରାୟ କହିଛନ୍ତି। ଖବରଦାତା ସମ୍ମିଳନୀରେ ସ୍ଲମ ଫୁଟ୍‌ବଲର ପୃଷ୍ଠପୋଷକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ସ୍ତ୍ରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୧୦୦ଟଙ୍କାରୁ ଆରମ୍ଭ ଟିକେଟ, ଇଡେନ ଗାର୍ଡେନରେ ଟି-୨୦ ବିଶ୍ୱକପ ଦେଖିବାକୁ ଚାହୁଁଥିଲେ ଜାଣିରଖନ୍ତୁ ପୂରା ପ୍ରାଇସ

ନୂଆଦିଲ୍ଲୀ,୧୮।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ସମୟରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ମ୍ୟାଚ ପାଇଁ ଟିକେଟ ମୂଲ୍ୟ ପ୍ରକାଶ ପାଇଛି। କ୍ରିକେଟ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri