ହୋମ୍‌ମେଡ୍‌ ଫେସ୍‌ଓ୍ବାଶ୍‌

ମୁହଁ ଫ୍ରେଶ୍‌ ଓ ସୁନ୍ଦର ଦେଖାଯିବାକୁ ହେଲେ ମହିଳା କେତେକ’ଣ ଉପାୟ ଆପଣାଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏହି କେମିକାଲ୍‌ ଫେସ୍‌ଓ୍ବାଶ ବ୍ୟବହାର କରିବା ଦ୍ୱାରା ତ୍ୱଚା ଲାଗି ଏହା କ୍ଷତିକାରକ ହୋଇଥାଏ। ଏଥିପାଇଁ ଆପଣ କିଛି ଘରୋଇ ଉପଚାର ଆପଣାଇବା ଦ୍ୱାରା ଏହା ତ୍ୱଚାର କୌଣସି କ୍ଷତି କରି ନ ଥାଏ। ଜାଣନ୍ତୁ ଏ ସମ୍ପର୍କରେ….

ଲେମ୍ବୁ ଓ ମହୁ ଫେସ୍‌ଓ୍ବାଶ୍‌
ମହୁ ଓ ଲେମ୍ବୁ ତ୍ୱଚା ପାଇଁ ଏକ ଆଣ୍ଟିସେପ୍ଟିକ୍‌ ଏବଂ ମଶ୍ଚରାଇଜର ପରି କାମ କରିଥାଏ। ଏହା ମୃତ କୋଶକୁ ଦୂର କରିଥାଏ। ଦୁଇଚାମଚ ମହୁରେ ଏକ ଚାମଚ ଲେମ୍ବୁ ରସକୁ ମିଶାଇ ମୁହଁରେ ଲଗାନ୍ତୁ। ଏହାକୁ ପ୍ରଥମେ ହାତ ପାପୁଲିରେ ରଖି ମୁହଁ ଓ ବେକରେ ଲଗାନ୍ତୁ। ଏହା ଶୁଖିଗଲା ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ।
ଆଲୋଭେରା ଫେସ୍‌ଓ୍ବାଶ
ଏକ ପାତ୍ରରେ ଆଲୋଭେରା ଜେଲ୍‌ ନିଅନ୍ତୁ। ଦୁଇ ଚାମଚ (ବଡ଼) ଗୋଲାପ ଜଳ,ଦୁଇ ଚାମଚ (ବଡ଼) ବାଦାମ ତେଲ ଓ ୫-୧୦ ଟୋପା ଲାଭେଣ୍ଡର ତେଲ ସହିତ ଭିଟାମିନ୍‌ ‘ଇ’ କ୍ୟାପ୍‌ସୁଲ୍‌ ମିଶାଇ ଏକ ଏୟାର ଟାଇଟ୍‌ କଣ୍ଟେନରରେ ଭର୍ତ୍ତି କରି ରଖି ଦିଅନ୍ତୁ। ଏହାକୁ ଲଗାଇବାକୁ ହେଲେ ପ୍ରଥମେ ମୁହଁକୁ ଧୋଇ ଦିଅନ୍ତୁ । ଏହାପରେ ଏଥିରୁ ଅଳ୍ପ କିଛି ନେଇ ମୁହଁରେ ହାଲ୍‌କା ମସାଜ୍‌ କରନ୍ତୁ। ନଖ ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଫେସ୍‌ଓ୍ବାଶ ଲଗାଇବା ପୂର୍ବରୁ କଣ୍ଟେନରକୁ ଭଲଭାବେ ହଲାଇବାକୁ ଭୁଲନ୍ତୁ ନାହିଁ।
ନଡ଼ିଆତେଲ ଫେସ୍‌ଓ୍ବାଶ
ନିଜ ମୁହଁରେ ନଡିଆ ତେଲ କେଇବୁନ୍ଦା ଲଗାନ୍ତୁ। ଏହାକୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ମସାଜ୍‌ କରନ୍ତୁ। ମୁହଁରେ ଥିବା ପୋରସ୍‌କୁ ଖୋଲିବାକୁ ହେଲେ ଏକ ସଫା ଟାଓ୍ବେଲ ନେଇ ତାକୁ ଗରମ ପାଣିରେ ବୁଡାଇ ସାରିବା ପରେ ମୁହଁକୁ ଭଲଭାବେ କଭର କରନ୍ତୁ । ୧୫-୩୦ ସେକେଣ୍ଡ ପରେ ଟାଓ୍ବେଲ କାଢ଼ି ଦିଅନ୍ତୁ। ଏହା ପରେ ଓ୍ବେଟ ଟିସୁ ପେପର ସାହାଯ୍ୟରେ ମୁହଁକୁ ଭଲଭାବେ ପୋଛି ଦିଅନ୍ତୁ।
ଆପଲ ସାଇଡର ଓ ସିର୍‌କା ଫେସ୍‌ଓ୍ବାଶ
ଯଦି ଆପଣଙ୍କ ତ୍ୱଚା ସେନ୍‌ସିଟିଭ୍‌ ତେବେ ମୁହଁକୁ ଆପଲ ସାଇଡର ସିର୍‌କା ସହିତ ଧୋଇବାକୁ ଚେଷ୍ଟା କରନ୍ତୁ। ଆପଲ ସାଇଡର ସିର୍‌କା ଓ ପାଣି ୧:୨ ଭାଗରେ ମିଶାନ୍ତୁ। ଏହାକୁ ଭଲଭାବେ ଶେକ୍‌ କରି ଦିଅନ୍ତୁ। ଏବେ ଏହାକୁ ନିଜ ମୁହଁରେ ଲଗାନ୍ତୁ। କଟନ ବଲ କିମ୍ବା ନିଜ ଆଙ୍ଗୁଠି ସାହାଯ୍ୟରେ ଏହାକୁ ବ୍ୟବହାର କରନ୍ତୁ। ମୁହଁକୁ ଏବେ ଶୁଖିବାକୁ ଛାଡି ଦିଅନ୍ତୁ। ଯଦି ଆପଣଙ୍କୁ ଡ୍ରାଏ ଲାଗୁଥାଏ ତେବେ ଆପଣ ମଶ୍ଚରାଇଜର ଲଗାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri