ହୋଣ୍ଡା ଆକ୍ଟିଭା ୧୨୫ ବିଏସ୍‌ ୬ର ବଜାର ପ୍ରବେଶ

ଅନୁଗୋଳ ଅଫିସ, ୨୩ା୧୦- ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡର ଅନୁଗୋଳସ୍ଥିତ ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାଠାରେ ହୋଣ୍ଡାର ପ୍ରଥମ ବିଏସ୍‌-୬ ସ୍କୁଟର ଆକ୍ଟିଭା ୧୨୫ର ବଜାର ପ୍ରବେଶ କରାଯାଇଛି। କମ୍ପାନୀର ଏରିଆ ଇନ୍‌ଚାର୍ଜ (ସେଲସ୍‌) ଦିବ୍ୟେନ୍ଦୁ ଭୌମିକ ଏହାକୁ ଉନ୍ମୋଚନ କରିଥିଲେ। ଆକ୍ଟିଭା ୧୨୫ ବିଏସ୍‌-୬ ଷ୍ଟାଣ୍ଡାର୍ଡ, ମିଶ୍ରଧାତୁ ଓ ଡୁଲକ୍ସରେ ଉପଲବ୍ଧ। ଏହି ଅତ୍ୟାଧୁନିକ ମଡେଲରେ ପିଜିଏମ୍‌ଏଫ୍‌ଆଇ ଇଞ୍ଜିନ, ଏଲ୍‌ଇଡି ହେଡ୍‌ଲାଇଟ, ସାଇଡ ଷ୍ଟାଣ୍ଡ, ଇଞ୍ଜିନ କଟ୍‌ଅଫ୍‌ ସିଷ୍ଟମ ରହିଛି।