ହୋଟେଲ ଖୋଲିବାକୁ ଅନୁମତି ମିଳୁ

ପୁରୀ ଅଫିସ,୨୮।୫: କାରୋନା ପାଇଁ ୨ ମାସରୁ ଊର୍ଦ୍ଧ୍ୱ ହେବ ପୁରୀ ହୋଟେଲ ଶିଳ୍ପରେ ତାଲା ଝୁଲୁଛି। ହୋଟେଲ ମାଲିକଙ୍କଠାରୁ ଆରମ୍ଭ କରି ହଜାର ହଜାର କର୍ମଚାରୀ ଏବଂ ହୋଟେଲ ଶିଳ୍ପ ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିର୍ଭର କରୁଥିବା ଅନେକ ପରିବାର ଏବେ ଅସୁବିଧାରେ ଚଳୁଛନ୍ତି। ତେଣୁ କୋଭିଡ୍‌ ଗାଇଡ୍‌ଲାଇନ ମଧ୍ୟରେ ପୁରୀର ହୋଟେଲଗୁଡ଼ିକ ଖୋଲିବା ଲାଗି ଅନୁମତି ଦିଆଯାଉ ବୋଲି କହିଛନ୍ତି ପୁରୀ ହୋଟେଲ ସଂଘ ସଭାପତି ରାମକୃଷ୍ଣ ଦାସମହାପାତ୍ର। ସେ କହିଛନ୍ତି, ଇତିମଧ୍ୟରେ ପାଖାପାଖି ଅଢେଇ ମାସ ହେବ ହୋଟେଲ ବନ୍ଦ ରହିଛି। ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନରେ ସରକାର କେତେକ କ୍ଷେତ୍ରରେ କୋହଳ କରିବା ପରେ ଗାଡ଼ି, ବିମାନ ଆଦି ଚଳାଚଳ ସ୍ବାଭାବିକ ହେଲାଣି। ଦୋକାନ, ବଜାର ବି ଖୋଲିଲାଣି। ତେଣୁ ହୋଟେଲଗୁଡ଼ିକୁ ମଧ୍ୟ ଖୋଲିବାକୁ ଅନୁମତି ଦିଆଯିବା ଦରକାର ବୋଲି ରାମକୃଷ୍ଣ କହିଛନ୍ତି।