ହୋଟେଲ ଉପରକୁ ମାଡିଗଲା ଟ୍ରକ

ବୌଦ୍ଧ, ୧୮ା୪(ସ୍ବ.ପ୍ର.)-ବୌଦ୍ଧ ସହରର ପୂରୁଣା ବ୍ଲକ ଛକଠାରେ ଥିବା ଏକ ହୋଟେଲ ଉପରକୁ ଶନିବାର ଏକ ଟ୍ରକ ମାଡି ଯାଇଥିଲା। ଟ୍ରକ ହୋଟେଲର ଟିଣଛାତ ଓ କାନ୍ଥରେ ମାଡ ହୋଇ ଅଟକି ଯାଇଥିଲା। ଦୁର୍ଘଟଣାରେ କେହି ଆହତ ହୋଇ ନାହାନ୍ତି। ତେବେ ଲକ୍‌ଡାଉନ ଯୋଗୁଁ ହୋଟେଲ ବନ୍ଦ ଥିବାରୁ ଏକ ବଡ ଦୁର୍ଘଟଣାରୁ ରକ୍ଷା ମିଳିଛି। ପୋଲିସ ଗାଡିକୁ ଜବତ କରଛି। ପ୍ରକାଶ ଯେ, ଖୋଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ବଲାଙ୍ଗୀର ପଟରୁ ଆସୁଥିବା ଟ୍ରକ (ଏମପି ୩୮ ଏଚ୧୨୩୯) ଦ୍ରୁତ ଗତି ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।