ହୋଟେଲରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଘଟଣାରେ ଭିନ୍ନମୋଡ଼:ଅଭିଯୋଗ ଆଣିଥିବା ବାଂଲାଦେଶୀ ଯୁବତୀ ଗିରଫ

କଟକ ରୋଡ,୨୫ା୧୨(ଡି.ଏନ୍‌.ଏ.):ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡର ଏକ ହୋଟେଲରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଏବଂ ମାଡ଼ ଘଟଣାରେ ଭିନ୍ନ ମୋଡ଼ ନେଇଛି। ଥାନାରେ ଅଭିଯୋଗ ଆଣିଥିବା ବାଂଲାଦେଶୀ ଯୁବତୀଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଯୁବତୀଙ୍କ ଘର ବାଂଲାଦେଶ ହୋଇଥିବା ବେଳେ ସେ ନକଲି ଆଧାର କାଡର୍ର୍ ଦେଇ ଏହି ହୋଟେଲ୍‌ରେ ରହିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।
ପୋଲିସ ସୂଚନା ଅନୁଯାୟୀ, ଯୁବତୀଙ୍କ ଘର ବାଂଲାଦେଶ ହୋଇଥିବା ବେଳେ ଗତ ୧୬ ତାରିଖରେ ସେ ନିଜକୁ ପଶ୍ଚିମବଙ୍ଗ ଅଞ୍ଚଳର ଦର୍ଶାଇବା ସହ ନକଲି ଆଧାର କାର୍ଡ ଦେଇ ଗତ ୧୬ତାରିଖରେ କଟକ ରୋଡସ୍ଥିତ ଏକ ହୋଟେଲ୍‌ରେ ରହିଥିଲେ। ଉକ୍ତ ରାତିରେ ହୋଟେଲ୍‌ର ପରିଚାଳକ ଓ କର୍ମଚାରୀ ତାଙ୍କୁ ବଳାତ୍କାର ଉଦ୍ୟମ କରି ବିଫଳ ହେବା ପରେ ମାଡ଼ ମାରିଥିଲେ ବୋଲି ୧୭ତାରିଖରେ ଯୁବତୀ ଜଣକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ଦେଇଥିଲେ। ଏ ସମ୍ପର୍କରେ ପୋଲିସ ଏକ ମାମଲା (ନଂ.୩୭୭/୧୯)ରୁଜୁକରି ୨ କର୍ମଚାରୀଙ୍କୁ ଗିରଫ କରିଥିଲା। ପରେ ଯୁବତୀଙ୍କୁ ଏକ ସ୍ବଧାର ଗୃହକୁ ପଠାଇ ଦେଇଥିଲା। ଅନ୍ୟପକ୍ଷେ ପୋଲିସ ପକ୍ଷରୁ ଯୁବତୀଙ୍କ ଠିକଣା ଯାଞ୍ଚ କରାଯାଇଥିଲା। ଆଧାର କାର୍ଡ ଠିକଣାକୁ ଯାଞ୍ଚ କରିବାରେ ପଞ୍ଚିମବଙ୍ଗ ପୋଲିସର ସହଯୋଗ ନିଆଯାଇଥିଲା। ମାତ୍ର ଠିକଣା ମିଥ୍ୟା ଥିବା ପଞ୍ଚିମବଙ୍ଗ ପୋଲିସ ଜଣାଇଥିଲା। ଫଳରେ ଯୁବତୀଙ୍କ ଉପରେ ପୋଲିସର ସନ୍ଦେହ ହୋଇଥିଲା। ପରେ ଯୁବତୀଙ୍କୁ ପରିଚୟ ଏବଂ ଠିକଣା ବିଷୟରେ ପୋଲିସ ବାରମ୍ବାର ପ୍ରଶ୍ନ କରିବାରୁ ତାଙ୍କ ଘର ବାଂଲାଦେଶ ବୋଲି କହିଥିବା ଥାନା ଅଧିକାରୀ ଦୟାନିଧି ନାୟକ ସୂଚନା ଦେଇଛନ୍ତି। ତେବେ ଯୁବତୀଙ୍କୁ ଆଧାର କାର୍ଡ ଯୋଗାଇବା ସହ ବାଂଲାଦେଶରୁ ତାଙ୍କୁ ଏଠାକୁ ଆଣିବାରେ ପୁରୀ ଜିଲାର ୨ଜଣ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ଥାନା ଅଧିକାରୀ ନାୟକ କହିଛନ୍ତି। ତଦନ୍ତକାରୀ ଅଧିକାରୀ ବିଶ୍ୱମ୍ବର ପ୍ରଧାନଙ୍କ ଅଭିଯୋଗକ୍ରମେ ଦଫା ୪୬୮, ୪୭୧, ୪୧୯ ସେକ୍ସନ ୧୪ ଫରେନର୍‌ ଆକ୍ଟରେ ଏକ (ନଂ.୩୮୩/୧୯ରେ) ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri