ପୁରୀ ଅଫିସ, ୨୫ା୧୨: ପ୍ଲାଷ୍ଟିକ ପ୍ରଦୂଷଣକୁ ନେଇ ସାରା ବିଶ୍ୱବାସୀ ଚିନ୍ତିତ। ପ୍ଲାଷ୍ଟିକ କେବଳ ପରିବେଶକୁ ପ୍ରଦୂଷଣ କରୁଛି ତା’ ନୁହେଁ ମଣିଷ, ପଶୁପକ୍ଷୀ ସମସ୍ତଙ୍କ ପାଇଁ ଏହା ମାରାତ୍ମକ ସାଜିଲାଣିି। ପୁଣି ବିଭିନ୍ନ ପ୍ରକାର ରୋଗର କାରଣ ବିି। ତେଣୁ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିବା ଲାଗି ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ। କ୍ରିସ୍ମାସ ଉପଲକ୍ଷେ ଲାଇଟ୍ ହାଉସ ନିକଟସ୍ଥ ସ୍ବର୍ଣ୍ଣାଭ ବେଳାଭୂମିରେ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ମାନସ ୩ଟି ବାଲୁକା କଳା କରିଛନ୍ତିି। ଏଥିରେ ସେ କ୍ରିସ୍ମାସକୁ ଏକ ନିଆରା ଢଙ୍ଗରେ ପାଳିବାକୁ ଚେଷ୍ଟା କରିଛନ୍ତିି। ବଡ଼ଦିନରେ ପୁରୀ ବେଳାଭୂମିକୁ ବହୁ ସଂଖ୍ୟାରେ ଯାତ୍ରୀ, ପର୍ଯ୍ୟଟକ ଆସିବେ। ତେଣୁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ମାନସ ତାଙ୍କର ୩ଟି ଯାକ ବାଲୁକା କଳାରେ ପ୍ଲାଷ୍ଟିକ ବର୍ଜନର ବାର୍ତ୍ତା ଦେଇଛନ୍ତିି। ସବୁ ବର୍ଗର ଲୋକେ ଯେପରି ଏହି ବାଲୁକା କଳାକୁ ବୁଝି ପାରିବେ ସେ ଉଦ୍ୟମ କରିଛନ୍ତିି। ଗୋଟିଏ ବାଲୁକା କଳାରେ ‘ଉଇ ଆର୍ ରେଡି ଟୁ ଫାଇଟ୍ ଏଗ୍ନେଷ୍ଟ ପ୍ଲାଷ୍ଟିକ’ ଲେଖାଯାଇଛିି। ସେହିପରି ଅନ୍ୟ ଏକ ବାଲୁକା କଳାରେ ଏକାଧିକ ଛୋଟ ସାଣ୍ଟା କ୍ଲଜ କରାଯାଇଥିବା ବେଳେ ଏକ ବଡ଼ ସାଣ୍ଟା ମଧ୍ୟ ରହିଛିି। ଏଥିରେ ସମ୍ପୃକ୍ତ ସାଣ୍ଟା ‘ଦିସ୍ ଇଜ୍ ମାଇଁ କଟନ ବ୍ୟାଗ୍, ହୋୟାର ଇଜ୍ ୟୋର କର୍ଟନ ବ୍ୟାଗ୍’ ବୋଲି ପ୍ରଶ୍ନ ପଚାରୁଥିବାକୁ ବେଶ୍ ନିଖୁଣ ଭାବେ ପ୍ରସ୍ତୁତ କରିଛନ୍ତି ମାନସ। ସେହିପରି ଅନ୍ୟ ଏକ ବାଲୁକା କଳାରେ ପ୍ଲାଷ୍ଟିକ ପ୍ରଦୂଷଣ ଦ୍ୱାରା କିପରି ପୃଥିବୀର ରୂପ ବେରୂପରେ ପରିବର୍ତ୍ତନ ହୋଇଯାଉଛି ତାହା ଦର୍ଶାଇଛନ୍ତିି। ଏହି ବାଲୁକା କଳାକୁ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଉଦ୍ଘାଟନ କରିଛନ୍ତିି। ଏହାକୁ ତିଆରି କରିବା ଲାଗି ମାନସଙ୍କୁ ପ୍ରାୟ ୧୫ ଦିନ ସମୟ ଲାଗିଛିି। ଏଥିରେ ତାଙ୍କୁ ତାଙ୍କ ଅନୁଷ୍ଠାନର ଛାତ୍ରୀଛାତ୍ର ଚିତ୍ତରଞ୍ଜନ ମହାନ୍ତି, ଇତିଶ୍ରୀ ସାହୁ, ସତ୍ୟନାରାୟଣ ପାତ୍ର ପ୍ରମୁଖ ସହଯୋଗ କରିଛନ୍ତିି। ପ୍ରତ୍ୟେକ ବାଲୁକା କଳାର ଉଚ୍ଚତା ପ୍ରାୟ ୮ରୁ ୧୦ ଫୁଟ ରହିଛିି। ଏଥିରେ ୪୦ ଟନ୍ରୁ ଅଧିକ ବାଲି ବ୍ୟବହାର କରାଯାଇଥିବା ମାନସ କହିଛନ୍ତିି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

