Posted inରାଜ୍ୟ

ହୋଇପାରିଲାନି ସ୍କୁଲ ମରାମତି କାର୍ଯ୍ୟ: ବର୍ଷାରେ ଭିଜି ବାରଣ୍ଡାରେ ପଢିଲେ ଛାତ୍ରୀଛାତ୍ର

ରଣପୁର,୨୨।୬(ସ୍ବ.ପ୍ର.:ସାମୁଦ୍ରିକ ଝଡ ଫନୀ ପ୍ରଭାବରେ ନୟାଗଡ ଜିଲାର ରଣପୁର ବ୍ଲକ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ଗତ ମେ ୩ତାରିଖରେ ସଂଘଟିତ ହୋଇଥିବା ବାତ୍ୟାକୁ ଏ ମଧ୍ୟରେ ଦେଢମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବାତ୍ୟା ପ୍ରଭାବରୁ ସାଧାରଣ ଲୋକେ ସୁଧୁରି ପାରିନାହାନ୍ତି। ବାତ୍ୟାରେ ରଣପୁର ବ୍ଲକ ସହିତ ବିଜ୍ଞାପିତ ଅଞ୍ଚଳର ବିଭିନ୍ନ ସ୍କୁଲ ଗୃହଗୁଡିକ ଭାଙ୍ଗିରୁଜି ଯାଇଛି । ଦେଢମାସ ଭିତରେ ପ୍ରଶାସନ ତରଫରୁ କୌଣସି ମରାମତି କରାଯାଇନଥିଲା ବେଳେ ଶୁକ୍ରବାର ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲାଯାଇଛ। ରଣପୁର ଅଞ୍ଚଳରେ ଶୁକ୍ରବାର ଲଘୁଚାପ ଯୋଗୁଁ ଦିନ ତମାମ ବର୍ଷା ଲାଗି ରହିଛି ା ଏହି ବର୍ଷାରେ ଛାତ୍ରୀଛାତ୍ର ଓ ଶିକ୍ଷକ ମାନେ ବିଦ୍ୟାଳୟକୁ ଯାଇଥିଲେ। ହେଲେ ଫନୀରେ ଭାଙ୍ଗି ଯାଇଥିବା ବିଦ୍ୟାଳୟ ଗୁଡିକରେ ପାଠପଢା ଅନୁପଯୋଗୀ ହେବାରୁ କେତେକ ବିଦ୍ୟାଳୟରେ ବର୍ଷାରେ ଭିଜି ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଥିବା ଦେଖିବାକୁ ମିଳିଥିଲା। ଏ ନେଇ ଅଭିଭାବକ ମାନେ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଯେ, ରଣପୁର ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ଅଧୀନରେ ୨୩୭ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହିତ ୪୪ ହାଇସ୍କୁଲ ରହିଛି ା ଫନୀ ବାତ୍ୟାରେ ୭୨ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସହିତ ୧୫ରୁ ଊର୍ଦ୍ଧ୍ୱ ସରକାରୀ ବେସରକାରୀ ହାଇସ୍କୁଲ ଶ୍ରେଣୀ ଗୃହର ଆଜବେଷ୍ଟସ ଉଡାଇ ନେଇଥିଲା ବେଳେ ଆଉ କେତେକ ଗୃହର କାନ୍ଥ ଭାଙ୍ଗି ଯାଇଛି। ସେହି ଗୃହ ଗୁଡିକ ବିପଦ ସଙ୍କୁଳ ରହିଥିଲା ବେଳେ ସେଠାରେ ଛାତ୍ରୀଛାତ୍ର ମାନଙ୍କୁ ପାଠ ପଢାଇବା ଅନୁପଯୋଗୀ ହୋଇଛି ା ପ୍ରଶାସନ ତରଫରୁ ବାତ୍ୟା ପରେ ଏହାର ତଦନ୍ତ କରାଯାଇ ଏହି ଗୃହ ଗୁଡିକ ବାତ୍ୟାରେ ଭାଙ୍ଗି ଯାଇଥିବା ରିପୋର୍ଟ ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ହେଲେ ପ୍ରଶାସନ ତରଫରୁ ଭାଙ୍ଗିଯାଇଥିବା ବିଦ୍ୟାଳୟ ଗୁଡିକର କୌଣସି ମରାମତି କରାଯାଇ ନଥିଲାବେଳେ ଶୁକ୍ରବାର ବିଦ୍ୟାଳୟ ଖୋଲିବାରୁ ବାଧ୍ୟ ହୋଇ ଶିକ୍ଷକମାନେ ଛପର ଥିବା ବାରଣ୍ଡାରେ ବସି ପାଠ ପଢାଇଥିଲେ। ଏ ବିଷୟରେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ଉପେନ୍ଦ୍ର ନାଥ ସାହୁଙ୍କୁ ପଚାରିବାରୁ ସେ କୁହନ୍ତି ଫନୀ ବାତ୍ୟାରେ ରଣପୁର ଅଞ୍ଚଳର ବହୁତ ବିଦ୍ୟାଳୟ ଅଜବେଷ୍ଟସ ଛପର ଭାଙ୍ଗି ଉଡି ଯିବା ସହିତ ବଡ ବଡ ଗଛ ପଡି କାନ୍ଥ ଭାଙ୍ଗିିଯାଇଛି। ଏନେଇ ଆମେ ଜିଲା ପ୍ରଶାସନକୁ ଅବଗତ କରାଇଛୁ, ହେଲେ ଏପର୍ଯ୍ୟନ୍ତ କୌଣସି ଗୋଟିଏ ବିଦ୍ୟାଳୟର ମରାମତି କାର୍ଯ୍ୟ ହୋଇପାରିନାହିଁ ା ଫଳରେ ଶୁକ୍ରବାର ବିଦ୍ୟାଳୟ ଖୋଲିବାରୁ ବାରଣ୍ଡାରେ ଛାତ୍ରୀଛାତ୍ର ମାନଙ୍କୁ ଝିିପି ଝିପି ବର୍ଷାରେ ପାଠ ପଢିବାକୁ ପଡିଲା। ଏ ବିଷୟରେ ନୟାଗଡ ଜିଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଜ୍ୟୋତିରଞ୍ଜନ ଦାସ କୁହନ୍ତି ବାତ୍ୟାର ଦେଢମାସ ପରେ ସରକାରଙ୍କ ଅପାରଗତା ଯୋଗୁଁ ସ୍କୁଲ ଖୋଲିଲେ ମଧ୍ୟ କୌଣସି ବିଦ୍ୟାଳୟ ମରାମତି ହୋଇ ନ ପାରିବାରୁ ଛାତ୍ରୀ ଛାତ୍ରମାନେ ବାରଣ୍ଡାରେ ପାଠ ପଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri