ହେଟାବାଘ ଆକ୍ରମଣରେ ୭ ଛେଳି ମୃତ, ୧୨ଗୁରୁତର

ରଣପୁର, ୨୮।୮(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବନବିଭାଗ ଅଧୀନ କଙ୍କିଆ ସାଆଁତରାପୁର ଆଦିବାସି ସାହିରେ ହେଟା ବାଘ ଆକ୍ରମଣରେ ୭ ଛେଳିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଗୁରୁତର ହୋଇଛନ୍ତି।
ପ୍ରକାଶ ଯେ, ଗ୍ରାମର ଚକରା ନାୟକଙ୍କ ଗୁହାଳରେ ୨୫ଟି ଛେଳି ଥିଲା। ମଙ୍ଗଳବାର ରାତିରେ ନିକଟସ୍ଥ ଜଙ୍ଗଲରୁ ୨ରୁ ଊର୍ଦ୍ଧ୍ୱ ହେଟାବାଘ ଆସି ଗୁହାଳଭିତରେ ପଶି ଛେଳିଗୁଡିକୁ ଆକ୍ରମଣ କରିଥିଲେ। ଛେଳିଙ୍କ ଚିତ୍କାର ଶୁଣି ଚକରା ଗୁହାଳକୁ ଯାଇଥିଲେ। ସେଠାରେ ୭ ଛେଳିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କେତେକକୁ ହେଟାବାଘ ନେଇଯାଉଥିବା ସେ ଦେଖିବାକୁ ପାଇଥିଲେ। ଖବରପାଇ ରଣପୁର ବନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।