ହେଟାବାଘ ଆକ୍ରମଣରେ ୧୯ ଛେଳି ମୃତ

ରଣପୁର,୨୯।୮(ସ୍ବ.ପ୍ର.): ରଣପୁର ବ୍ଲକ କଙ୍କିଆ ସାଅଁ।ତରାପୁର ଗଁ।ରେ ହେଟାବାଘ ଆତଙ୍କ ଦେଖାଦେଇଛି । ମଙ୍ଗଳବାର ରାତିରେ ହେଟାବାଘ ଆକ୍ରମଣରେ ୧୯ ଛେଳି ମରିଯାଇଥିବାବେଳେ ୪ ଛେଳିକୁ ନେଇ ପଳାଇଯାଇଛି। ଖବର ପାଇ ରଣପୁର ବନ ଅଧିକାରୀ ଓ ରଣପୁର ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ତଦନ୍ତ କରି ଫେରିଛନ୍ତ। ଘଟଣାରୁ ପ୍ରକାଶ, ରାତିରେ କଙ୍କିଆ, ସାଆନ୍ତରାପୁର ଗଁ।ର ଚକରା ନାୟକଙ୍କ ଗୁହାଳରେ ୨ରୁ ଊର୍ଦ୍ଧ୍ୱ ହେଟାବାଘ ପଶିଥଲେ । ଗୁହାଳରେ ଚକରା ନାୟକ, କାଳିଆ ନାୟକ, ଚକ୍ରଧର ନାୟକ, ନୀଳ ନାୟକ, ସୁରେନ୍ଦ୍ର କୁମାର ବରାଡ ପ୍ରମୁଖ ଚାଷୀଙ୍କର ୨୫ଟି ଛେଳି ବନ୍ଧା ହୋଇଥିଲା । ତେବେ ଛେଳିଙ୍କ ରଡି ଶୁଣି ଚକରା ଉଠି ହେଟାବାଘ ଛେଳିଗୁଡ଼ିକୁ ଧରି ପଳାଇ ଯାଉଥିବା ଦେଖିଥିଲେ। ୨ଟି ହେଟାବାଘଙ୍କୁ ସେ ଦେଖିଥିବା କହିଥିଲେ। ୪ ଛେଳି ନିଖୋଜ ହୋଇଥିବାରୁ ଏମାନଙ୍କୁ ହେଟା ନେଇ ପଳାଇଥିବା ସନ୍ଦେହ ହେଉଛି। ତେବେ ଅନେକ ଛେଳିଙ୍କ ମୃତ ଓ ଆହତ ଘଟଣା ଚାଷୀଙ୍କୁ ଚିନ୍ତିତ କରିଛି। ତେଣୁ ଏହି ଗରିବ ଚାଷୀମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।