ହୃଦ୍‌ଘାତରେ କଏଦୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୯ା୯-ହୃଦ୍‌ଘାତରେ ଜଣେ ବିଚାରାଧୀନ କଏଦୀଙ୍କର ଏମ୍‌କେସିଜି ମେଡିକାଲରେ ରବିବାର ମୃତ୍ୟୁ ଘଟିଛି। ମୃତକ ହେଲେ କୀର୍ତ୍ତନ ନାୟକ (୭୩) ା ତାଙ୍କ ଘର ଗଞ୍ଜାମ ଜିଲା ବଡଗଡ ଥାନା ଅନ୍ତର୍ଗତ ବାଣପୁର ବୋଲି ପୋଲିସ କହିଛି।
ପ୍ରକାଶ ଯେ, ୨୦୧୮ ଅକ୍ଟୋବର ୨୮ରେ କୀର୍ତ୍ତନ ଏକ ହତ୍ୟା ଅଭିଯୋଗରେ ସମ୍ପୃକ୍ତ ଥାଇ ଗିରଫ ହୋଇ ସୋରଡା ଜେଲରେ ବିଚାରାଧୀନ କଏଦୀ ଭାବେ ଥିଲେ। ସେ ପକ୍ଷାଘାତ ଓ ହୃଦ୍‌ଘାତ ରୋଗରେ ଆକ୍ରାନ୍ତ ଥିଲେ। ଜୁଲାଇ ୧୮ ତାରିଖରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବ୍ରହ୍ମପୁର ଅଣାଯାଇ ମଣ୍ଡଳ କାରାଗାରରେ ରଖାଯାଇଥିଲା। ସେଠାରେ ସେ ଗୁରୁତର ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ା ସେ ପୁରୁଷ ମେଡ଼ିସିନ ୱାର୍ଡର ୩୬ ନଂ.ବେଡରେ ରହି ଚିକିତ୍ସିତ ହେଉଥିଲେ। ହୃଦ୍‌ଘାତରେ ରବିବାର ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ।
ମାଜିଷ୍ଟ୍ରେଟ ଭାବେ ସହକାରୀ ଜିଲାପାଳ ପ୍ରଦୀପ କୁମାର ମହାରଣା, କୀର୍ତ୍ତନଙ୍କ ସ୍ତ୍ରୀ ବିଶାନ୍ଦ ନାୟକ, ଭାଇ ମୁରଲୀ ନାୟକ, ପୁତୁରା ମହେଶ୍ୱର ନାୟକ, ଭଣଜା ବ୍ରହ୍ମା ପରିଡା ଓ ପୋଲିସ ଉପସ୍ଥିତିରେ ତାଙ୍କ ମୃତଦେହ ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇଥିଲା। ମେଡିକାଲ ଫାଣ୍ଡି ପୋଲିସ ନଂ. ୪୭୬/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।