Categories: ଗଞ୍ଜାମ

ହୁଗୁଳାପଟାରେ ଝାଡ଼ାବାନ୍ତି : ୮ ପରିବାର ଆକ୍ରାନ୍ତ, ୪ ଗୁରୁତର

କୁକୁଡ଼ାଖଣ୍ଡି,୩୧ା୧୦(ଡି.ଏନ.ଏ.)-ହୁଗୁଳାପଟା ଲକ୍ଷ୍ମୀନୃସିଂହ ମନ୍ଦିର ସାହିରେ ଗତ ୩ ଦିନ ହେଲା ୮ ପରିବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି। ଆହତଙ୍କୁ ମଙ୍ଗଳବାର ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇଁ ଆଶାକର୍ମୀ, ଏଏନ୍‌ଏମ୍‌, ସରପଞ୍ଚ ପ୍ରଦୀପ ମଲାଣ ଉକ୍ତ ସାହିରେ ପହଞ୍ଚତ୍ ଘରଘର ବୁଲି ଲୋକଙ୍କୁ ସଚେତନ କରାଇବା ସହ ଔଷଧ ବଣ୍ଟନ କରିଥିଲେ।
ଯେ, ମନ୍ଦିର ନିକଟରେ ଥିବା ପୋଖରୀ ହୁଡ଼ାରେ ଲୋକେ ମଳତ୍ୟାଗ କରିବା ଦ୍ୱାରା ତାହା ବର୍ଷାରେ ପୋଖରୀରେ ମିଶି ପାଣିକୁ ଦୂଷିତ କରୁଛି। ଏହି ପାଣିକୁ ଲୋକେ ବ୍ୟବହାର କରିବା ଯୋଗୁ ଡାଇରିଆର ଶିକାର ହୋଇଥିଲେ। କିଛି ଲୋକ ବ୍ରହ୍ମପୁର ମେଡିକାଲରୁ ଚିକିତ୍ସିତ ହୋଇ ଫେରିଥିବା ବେଳେ ୪ଜଣ ଚିକିତ୍ସାଧୀନ ଅଛନ୍ତି।