ହୀରାକୁଦ ଡ୍ୟାମ୍‌ରେ ଖୋଲିଲା ଆଉ ଦୁଇଟି ଗେଟ୍‌

ସମ୍ବଲପୁର,୧୮।୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ଶନିବାର ୫ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ରବିବାର ସକାଳେ ପୁଣି ଦୁଇଟି ଗେଟ ଖୋଲାଯାଇଛି। ମୋଟ ୭ଟି ଗେଟ୍‌ରେ ପ୍ରତି ସେକେଣ୍ଡରେ ୧ଲକ୍ଷ ୨୭ ହଜାର ୪୮୧ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି ।
ସେହିପରି ଡ୍ୟାମ୍‌ ଭିତରକୁ ୧ ଲକ୍ଷ ୬୨ ହଜାର ୮୪୦ କ୍ୟୁସେକ ପାଣି ପ୍ରବେଶ କରୁଛି । ଜଳସେଚନ ପାଇଁ ବିଭିନ୍ନ କେନାଲଗୁଡିକରେ ୩ ହଜାର ୭୭ କ୍ୟୁସେକ ପାଣି ଛଡା ଯାଉଛି । ସେହିପରି ପାୱାର ଚ୍ୟାନେଲ ଲାଗି ୧୪ ହଜାର ୩୬୨ କ୍ୟୁସେକ ପାଣି ନିଷ୍କାସନ କରାଯାଉଥିବା ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି ।