ହୀରାକୁଦ ଡ୍ୟାମ୍‌ରୁ ୮ଟି ଗେଟ୍‌ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର, ୧୩ା୯ (ବ୍ୟୁରୋ): ସମ୍ବଲପୁର ଜିଲା ହୀରାକୁଦ ଡ୍ୟାମ୍‌ରୁ ଶୁକ୍ରବାର ୮ଟି ଗେଟ୍‌ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ସକାଳ ୯ଟା ପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ ଅନୁସାରେ, ପ୍ରତି ସେକେଣ୍ଡରେ ୧ଲକ୍ଷ ୫୦ ହଜାର ୮୬୮ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିବା ବେଳେ ପ୍ରତି ସେକେଣ୍ଡରେ ଡ୍ୟାମ୍‌କୁ ୨ଲକ୍ଷ ୫ ହଜାର ୪୪୧ କ୍ୟୁସେକ ଜଳ ପ୍ରବେଶ କରୁଛି । ପାୱାର ଚ୍ୟାନାଲରେ ୧୮ ହଜାର ୯୮, ବିଭିନ୍ନ କେନାଲରେ ୨ହଜାର ୩୩୬ ଓ ଶିଳ୍ପକୁ ୧୭୦ କ୍ୟୁସେକ୍‌ ଜଳ ଛଡାଯାଉଛି । ସେହିପରି ଡ୍ୟାମ୍‌ ତଳ ମୁଣ୍ଡ ବେଲଗାଁରେ ୧୯ ହଜାର ୫୦୦, ପର୍ଥଲାରେ ୭୪ ହଜାର ୭୦୦, ଖଇରମାଲରେ ୨ଲକ୍ଷ ୧୯ ହଜାର, ବରମୂଲାରେ ୨ଲକ୍ଷ ୪ ହଜାର ଓ ମୁଣ୍ଡଳିରେ ୩ ଲକ୍ଷ ୯୪ ହଜାର ୩୮୪ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଡ୍ୟାମ୍‌ରେ ଜଳସ୍ତର ୬୨୭. ୯୭ ଫୁଟ ରହିଛି ବୋଲି ଡ୍ୟାମ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।