ହୀରାକୁଦ୍‌ ଡ୍ୟାମ୍‌ ପୁରସ୍କୃତ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ସମ୍ବଲପୁର ସ୍ଥିତ ହୀରାକୁଦ୍‌ ଡ୍ୟାମ୍‌କୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ଉତ୍ତମ ଭିତ୍ତିଭୂମି ପାଇଁ ପୁରସ୍କୃତ କରାଯାଇଛି। କେନ୍ଦ୍ରୀୟ ଜଳସେଚନ ଓ ଶକ୍ତି ବୋର୍ଡ (ସିବିଆଇପି)ପକ୍ଷରୁ ଓଡ଼ିଶାକୁ ଏହି ସମ୍ମାନ ମିଳିଛି। ଏଥିପାଇଁ ଜଳସମ୍ପଦ ବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ସିବିଆଇପି କର୍ତ୍ତୃପକ୍ଷଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିବା ଜଣାପଡ଼ିଛି।