ହୀରାକୁଦର ୫ଟି ଗେଟ୍‌ ବନ୍ଦ

ସମ୍ବଲପୁର, ୧୭।୮(ବ୍ୟୁରୋ): ସବୁ ନଦୀରେ ଜଳସ୍ତର କମିଛି। ବିଭିନ୍ନ ଅଞ୍ଚଳରୁ ପାଣି ଛାଡ଼ିଯାଇଛି। ଏ ନେଇ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ଶନିବାର ସୂଚନା ଦେଇଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଯେ, ହୀରାକୁଦର ୧୦ରୁ ୫ଟି ଗେଟ ବନ୍ଦ ହୋଇଛି। ବର୍ତ୍ତମାନ କେବଳ ୫ଟି ଗେଟରେ ପାଣି ଛଡ଼ାଯାଉଛି। ଡ୍ୟାମ୍‌ର ଜଳସ୍ତର ୬୧୯/୬୨୦ ଘନ ଫୁଟ ଭିତରେ ରଖିବାକୁ ପାଣି ଛଡ଼ାଯିବ ବୋଲି ଜେନା କହିଛନ୍ତି।