ହିରୋରୁ ବାପା ଭୂମିକା ଯାଏ

ଦୁର୍ଗା ଭୂୟାଁ! ଓଡ଼ିଆ ଯାତ୍ରା ଜଗତର ଜଣେ ବର୍ଷୀୟାନ୍‌ କଳାକାର। ଯାତ୍ରାର ଅନେକ ପରିବର୍ତ୍ତନ ସେ ଦେଖିଛନ୍ତି। ପୁଣି ଅନେକ କଥା ସେ ଅଙ୍ଗେ ନିଭେଇଛନ୍ତି। ଘର ବାଲେଶ୍ୱର ଜିଲାର ଜଳେଶ୍ୱର ଅନ୍ତର୍ଗତ ଶିଖରପୁର ଗାଁ। ତାଙ୍କୁ ଯେତେବେଳେ ୧୨ବର୍ଷ ବୟସ ହୋଇଥିଲା ସେ ଆସିଲେ ଯାତ୍ରାକୁ। ସେବେ ଠୁ ଯାତ୍ରାର ମୋହରେ ପଡ଼ିଛନ୍ତି। ତାଙ୍କ ଅଜା ଥିଲେ ଜଣେ କୀର୍ତ୍ତନ ଗାୟକ। ଅଜାଙ୍କ ସହିତ ସେ ମଧ୍ୟ କୀର୍ତ୍ତନ କରୁଥିଲେ। ପୁଣି ଅଜାଙ୍କଠାରୁ ହାରମୋନିୟମ୍‌ ଏବଂ ମୃଦଙ୍ଗ ବଜେଇ ଶିଖିଲେ। ଜନ୍ମରୁ ତାଙ୍କ ଭିତରେ କଳା ଭରି ଦେଇଥିଲେ ଭଗବାନ। ଅଜାଙ୍କ ଘରେ ରହୁଥିଲେ ଦୁର୍ଗା। ଅଜାଙ୍କ ଗଁାରେ ଯାତ୍ରା ହେଲା। ବହି ଥିଲା ଶ୍ରୀୟା ଚାଣ୍ଡାଳୁଣୀ। ତାଙ୍କୁ ଶ୍ରୀୟା ଭୂମିକାରେ ସେମାନେ ଅଭିନୟ କରେଇଲେ। ଖୁବ୍‌ ଭଲ ଅଭିନୟ କଲେ ଦୁର୍ଗା। ସେଇଥିଲା ତାଙ୍କର ପ୍ରଥମ ଅଭିନୟ। ଏହାପରେ ତାଙ୍କ ଗାଁ ଶିଖରପୁରରେ ଗୋଟିଏ ଯାତ୍ରାପାର୍ଟି ଅଭିନୟ କଲା। ବରାଳବାଲୁଙ୍କେଶ୍ୱର ଅପେରା! ଗଁା ପିଲାଟା ଭଲ ଅଭିନୟ କରୁଥିବାରୁ ସେହି ପାର୍ଟିରେ ନେଇ ତାଙ୍କୁ ଅଭିନୟ କରେଇଲେ। ସେତେବେଳେ ତାଙ୍କ ବୟସ କମ୍‌ ଥିଲା। ତେଣୁ ସେ ପ୍ରଥମେ ନୃତ୍ୟନାଟିକାରେ ନୃତ୍ୟାଭିନୟ କଲେ। କେତେବେଳେ ଝିଅ ପାର୍ଟ ମିଳିଲା ତ କେତେବେଳେ ପୁଅ ଭୂମିକା। ବୟସ ବଢ଼ିଲା। ସେ ହିରୋ ଭୂମିକାରେ ଓହ୍ଲେଇଲେ ମଞ୍ଚକୁ। ଏବେ ବୟସର ଅପରାହ୍ନରେ। ତେଣୁ ବାପା, ଜେଜେଙ୍କ ଭଳି ଭୂମିକାକୁ ନେଇ ସନ୍ତୁଷ୍ଟ ଅଛନ୍ତି ଏହି ବର୍ଷୀୟାନ୍‌ ଅଭିନେତା। ଯାତ୍ରାରେ ଇତିମଧ୍ୟରେ ସେ ପଚାଶରୁ ଅଧିକ ବର୍ଷ ଅତିବାହିତ କରିସାରିଲେଣି। ଓଡ଼ିଶା ଅପେରା, ଜନତା ଗଣନାଟ୍ୟ, ସୋନାଲି ଗଣନାଟ୍ୟ, ବାଣେଶ୍ୱରୀ ଅପେରା, ବାଘାଯତୀନ ଲୋକନାଟ୍ୟ, ସୁବର୍ଣ୍ଣରେଖା ଅପେରା, ତାରିଣୀ ଗଣନାଟ୍ୟ, ସ୍ବର୍ଣ୍ଣମହଲ ଆଦିରେ ଅଭିନୟ କରି ଚଳିତ ବର୍ଷ ଆସି ପହଞ୍ଚତ୍ଛନ୍ତି ରାଜଧାନୀ ଅପେରାରେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ସରଗରୁ ଚାନ୍ଦ ପଡ଼ିଛି ଖସି, ଗାନ୍ଧୀବାଦ୍‌ ଆଜି କବର ତଳେ, କିଏ ନେଇଗଲା ଜାଇଫୁଲକୁ, ପାହିଗଲା ରାତି ରହିଗଲା କଥା, ରାଣୀ ମହୁମାଛି, ଫଗୁଣ ଦେଇଛି ପହିଲି ଚିଠି, ଝରଣା ଝୁରେ ସାଗର ପାଇଁ, ବଇନା ଦେଇଛି ବାହା ହବାକୁ, ଆଖି କହୁଛି ଲୁହର କଥା, ନିଜ ଶବ ପାଇଁ ନିଜେ କୋକେଇ, ମିଛୁଆ ସ୍ବାମୀ ଏବଂ ଆହୁରି ଅନେକ। ଚଳିତ ବର୍ଷ ରାଜଧାନୀ ଅପେରାରେ ତାଙ୍କ ଅଭିନୀତ ନାଟକଗୁଡ଼ିକ ମଧ୍ୟରେ ରହିଛି ଲକ୍ଷେ ଶିବ ପୂଜି ପାଇଛି ତତେ, ଭୁଲ୍‌ ହୋଇଗଲା ତତେ ଭଲପାଇ, କେମିତି ଅଛ ନୀହାରିକା, କଳିଯୁଗ କୁନ୍ତି। ଯାତ୍ରାରେ କଟିଗଲା ଏହି ଅଭିଜ୍ଞ ଅଭିନେତାଙ୍କ ଜୀବନ। ଯାତ୍ରା ଉପରେ ମତାମତ ଦେବାକୁ ଯାଇ ସେ କହନ୍ତି, ସେତେବେଳର ଯାତ୍ରା ଢିଙ୍କି ହେଲେ ଏବର ଯାତ୍ରା ହଲର ମେଶିନ୍‌। ପୁଣି ଆଜିର ଗୋଟିଏ ପରିବାରରେ ବୁଢ଼ା ବାପାମା’ଙ୍କର ଅବସ୍ଥା ଯାହା ଏବେକାର ଯାତ୍ରାପାର୍ଟିରେ ବର୍ଷୀୟାନ୍‌ କଳାକାରମାନଙ୍କ ଅବସ୍ଥା ସେଇଆ ବୋଲି ମତଦିଅନ୍ତି ଏହି ଅଭିନେତା।


Enter your email to get our daily news in your inbox.

All Right Reserved By Dharitri.Com

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ଏହି କଥା ଶୁଣି କାନ୍ଦିଲେ ଭୂମିକା

ବଲିଉଡ ଅଭିନେତ୍ରୀ ଭୂମିକା ଚାୱଲା ଜଣେ ଜଣାଶୁଣା ଅଭିନେତ୍ରୀ। ଯଦିଓ ଆଜିକାଲି ସେ ଫିଲ୍ମରେ କମ୍‌ ସକ୍ରିୟ ଅଛନ୍ତି, କିନ୍ତୁ ସେ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ସେ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

ଗୋବିନ୍ଦାଙ୍କ ପତ୍ନୀ ସୁନିତାଙ୍କ ଚମକିଲା ଭାଗ୍ୟ, ୫୮ ବର୍ଷ ବୟସରେ…

ମୁମ୍ବାଇ: ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା, ଯିଏ ପ୍ରାୟତଃ ତାଙ୍କ ବୟାନ ପାଇଁ ଶିରୋନାମାରେ ଥାନ୍ତି। ଏବ ପୁଣି ଥରେ ଖବରରେ ଅଛନ୍ତି। ଏଥର, ତାଙ୍କର ବିବାଦୀୟ…

ଫେବୃଆରୀ ୨ରେ ନୁହଁ, ଏହି ତାରିଖରେ ସାତଫେରା ନେବେ ରଶ୍ମିକା-ବିଜୟ

ମୁମ୍ବାଇ,୨।୨: ଗ୍ଲାମର ଦୁନିଆର ଫେମସ କପଲ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହ ଖବରକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ନୂଆ ନୂଆ…

ଏମିତି ଲୁକ୍‌ ଦେଲେ ସୋନମ, ପ୍ରଶଂସକ ଆଶ୍ଚର୍ଯ୍ୟ

ବଲିଉଡ ଫ୍ୟାଶନ ଆଇକନ ତଥା ଷ୍ଟାଇଲ କୁଇନ ସୋନମ କପୁର ଆଜିକାଲି ଜୀବନର ଏକ ସୁନ୍ଦର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ସେ ଖୁବଶୀଘ୍ର ଦ୍ୱିତୀୟ ସନ୍ତାନ…

Grammy Awardରେ ସମ୍ମାନିତ ହେଲେ ଦଲାଇ ଲାମା, ଜାଣନ୍ତୁ କେଉଁ କାରଣ ପାଇଁ ବୌଦ୍ଧ ଧର୍ମଗୁରୁଙ୍କୁ ମିଳିଛି ପ୍ରତିଷ୍ଠିତ ସମ୍ମାନ

ନୂଆଦିଲ୍ଲୀ,୨।୨: ବୌଦ୍ଧ ଧାର୍ମ ସବୁଠାରୁ ବଡ଼ ଧର୍ମଗୁରୁ ଦଲାଇ ଲାମା ଗ୍ରାମୀ ପୁରସ୍କାର ଜିତିଛନ୍ତି। ୧୪ତମ ଦଲାଇ ଲାମା ୬୮ତମ ଗ୍ରାମୀ ପୁରସ୍କାରରେ ଏକ ପୁରସ୍କାର ଜିତିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri