Categories: ଖେଳ

‘ହିନ୍ଦୁ-ମୁସ୍‌ଲିମ୍‌ ଛାଡ଼ି ମଣିଷ ହେବାର ସମୟ ଆସିଯାଇଛି’

ଲାହୋର,୨୩।୩- କରୋନା ଭାଇରସ୍‌ ଧୀରେ ଧୀରେ ପୂରା ବିଶ୍ୱକୁ ଗ୍ରାସ କରିଚାଲିଛି। ଏପର୍ଯ୍ୟନ୍ତ ୧୯୨ ଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଏଭଳି ସ୍ଥିତିରେ ହିନ୍ଦୁ-ମୁସ୍‌ଲିମ୍‌ ଛାଡ଼ି ମଣିଷ ହେବାର ସମୟ ଆସିଯାଇଛି ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନ ପେସର ଶୋଏବ ଅଖ୍‌ତର। ୟୁଟ୍ୟୁବ୍‌ ଚ୍ୟାନେଲରେ ଶେୟାର କରାଯାଇଥିବା ଏକ ଭିଡିଓରେ ଅଖ୍‌ତର ମିଳିତ ହୋଇ ବିଶ୍ୱ ଶକ୍ତି ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ମୋର ସମସ୍ତ ପ୍ରଶଂସକଙ୍କୁ ଅନୁରୋଧ, କରୋନା ବିଶ୍ୱ ପାଇଁ ଘାତକ ସାଜିଛି। ଆମକୁ ବିଶ୍ୱ ଶକ୍ତି ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ଧର୍ମଠାରୁ ଊର୍ଦ୍ଧ୍ୱକୁ ଉଠିବାକୁ ପଡ଼ିବ। ବର୍ତ୍ତମାନ ବିଭିନ୍ନ ଦେଶରେ ଲକ୍‌ଡାଉନ କରାଯାଉଛି। ଫଳରେ ଏହି ଭାଇରସ୍‌ ବ୍ୟାପିପାରିବ ନାହିଁ। ଯଦି ଏଭଳି କରିବ ତେବେ ଖଟିଖିଆଙ୍କ ସମ୍ପର୍କରେ ଚିନ୍ତା କରିବାକୁ ପଡ଼ିବ। ସେମାନେ କେମିତି ପରିବାର ପୋଷିବେ? ଦୋକାନ ଖାଲି ହୋଇସାରିଛି। ତିନି ମାସ ପରେ ଅବସ୍ଥା ସୁଧରିବ, ତାହାର ଗ୍ୟାରେଣ୍ଟି କ’ଣ? ବର୍ତ୍ତମାନ ହିନ୍ଦୁ-ମୁସ୍‌ଲିମ୍‌ ଆର୍ଥିକ ସ୍ଥିତି ସମ୍ପର୍କରେ ଚିନ୍ତା ନ କରି ଲୋକଙ୍କୁ ସାହାଯ୍ୟ କରିବାକୁ ପଡ଼ିବ। ଧନୀ ତ ବଞ୍ଚତ୍ୟିବେ। କିନ୍ତୁ ଦରିଦ୍ର କଥା କେହି ଚିନ୍ତା କରୁନାହାନ୍ତି। ସାହାଯ୍ୟ କରିବାକୁ ଚେଷ୍ଟା କର ବୋଲି ଅଖ୍‌ତର କହିଛନ୍ତି। ଆଉ ଏହି କରୋନା ଭାଇରସ୍‌ ଲାଗି ଏକା ଚାଇନାକୁ ହିଁ ସେ ଦାୟୀ କରିଛନ୍ତି।

Share