Posted inଜାତୀୟ

ହିନ୍ଦୁ ମହିଳାଙ୍କୁ ବଞ୍ଚାଇବା ପାଇଁ ରୋଜା ଭାଙ୍ଗିଲେ ମୁସଲମାନ ଯୁବକ

ଜୟପୁର, ୨୭।୫: ଭାଇଚାରାର ଏକ ଅନନ୍ୟ ଉଦାହରଣ ରାଜସ୍ଥାନର ନାଗୌରରେ ଦେଖିବାକୁ ମିଳିଛି। ହିନ୍ଦୁ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ରୋଜା(ଓଷା) ଭାଙ୍ଗି ଦେଇଛନ୍ତି ମୁସଲମାନ ଯୁବକ। ଅସରଫ ଖାନ୍‌ ନାମକ ଏହି ୨୨ବର୍ଷୀୟ ଯୁବକ ନିଜ ରକ୍ତ ଦେଇ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇଦେଇଛନ୍ତି। ସୂଚନାଯୋଗ୍ୟ, ସାବିତ୍ରୀ ଦେବୀ ନାମକ ଜଣେ ଗର୍ଭବତୀ ମହିଳା ଯନ୍ତ୍ରଣାରେ ଛଟପଟ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ତୁରନ୍ତ ରକ୍ତ ଆବଶ୍ୟକ ଥିଲା। ଉକ୍ତ ମହିଳାଙ୍କ ବ୍ଲଡ ଗ୍ରୁପ୍‌ ବି ନେଗେଟିଭ୍‌ ହୋଇଥିବାରୁ ସେହି ଗ୍ରୁପ୍‌ର ବ୍ଲଡ ମିଳିବା ସହଜ ନ ଥିଲା। ଏନେଇ ମହିଳାଙ୍କ ସମ୍ପର୍କୀୟମାନେ ସୋସିଆଲ ମିଡିଆରେ ବ୍ଲଡ ଆବଶ୍ୟକ ବୋଲି ଏକ ପୋଷ୍ଟ କରିଥିଲେ। ଅସରଫ ଏହା ଦେଖି ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ରକ୍ତ ଦାନ କରିଥିଲେ। ବର୍ତ୍ତମାନ ରମ୍‌ଜାନ ମାସ ଚାଲିଥିବାରୁ ଅସରଫ୍‌ ରୋଜା ରଖିଥିଲେ। କିନ୍ତୁ ମହିଳାଙ୍କ ପାଇଁ ସେ ରୋଜା ଭାଙ୍ଗିଥିଲେ। ଭବିଷ୍ୟତରେ ଭାରତୀୟ ସେନାରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛନ୍ତି ଅସରଫ।


Enter your email to get our daily news in your inbox.

All Right Reserved By Dharitri.Com

‘କୃତ୍ରିମ ବୁଦ୍ଧିମତ୍ତା: ପରିବର୍ତ୍ତନ ଧାରାରେ ଭାରତ ଅଗ୍ରଣୀ’

ନୂଆଦିଲ୍ଲୀ,୧୭ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ଷ୍ଟଲ୍‌ ବୁଲିବା…

ନ୍ୟୁଜ୍‌ କ୍ଲିକ୍‌ ପୋର୍ଟାଲକୁ ୧୨୦ କୋଟି ଜରିମାନା

ନୂଆଦିଲ୍ଲୀ,୧୭ା୨: ବହୁ ଚର୍ଚ୍ଚିତ ନ୍ୟୁଜ୍‌ କ୍ଲିକ୍‌ ପୋର୍ଟାଲ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୨୦ କୋଟି ଟଙ୍କା ଜରିମାନା କରିଛି। ଏଥିସହିତ ଏହି ପୋର୍ଟାଲର ପ୍ରତିଷ୍ଠାତା ପ୍ରବୀର…

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ, ଭବେଶ ପାତ୍ର ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୭ା୨(ସୁଚିସ୍ମିତା ସାହୁ):  ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ୨୦୨୬ ପ୍ରଥମ ସେସନର ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ଜେଇଇ ପେପର-୧…

ଜାନୁଆରୀରେ ବେରୋଜଗାରି ୫%କୁ ବଢ଼ିଛି

ନୂଆଦିଲ୍ଲୀ,୧୭ା୨(ପି.ଟି.): ଦେଶରେ ୧୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ଲୋକଙ୍କ ମଧ୍ୟରେ ବେରୋଜଗାରି ହାର ଗତବର୍ଷ ଡିସେମ୍ବରରେ ୪.୮ ପ୍ରତିଶତ ଥିବାବେଳେ ଜାନୁଆରୀରେ ତାହା ୫ ପ୍ରତିଶତକୁ ବୃଦ୍ଧି…

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri