ହିତାଧିକାରୀଙ୍କୁ ପ୍ରାପ୍ୟ ନ ମିଳିଲେ ଆନ୍ଦୋଳନ: ସାଧୁ ନେପାକଙ୍କ ଧମକ

ବରଗଡ଼,୧୪।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ବ୍ଲକରେ ସରକାର ଘୋଷଣା କରିଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ହିତାଧିକାରୀଙ୍କ ପାଖକୁ ଠିକ୍‌ ଭାବେ ପହଞ୍ଚିପାରୁନାହିଁ। ଏଭଳି ଅଭିଯୋଗ ନେଇ ସୋମବାର ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ସ୍ଥାନୀୟ ବିଡିଓ ବେର୍ସିଅସ୍‌ ଡୁଙ୍ଗଡୁଙ୍ଗଙ୍କୁ ସାକ୍ଷାତ କରି ଆଲୋଚନା ସହିତ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ଅନଲାଇନ୍‌ ବ୍ୟବସ୍ଥାରେ ପ୍ରଦାନ କରାଯାଉଥିବା ବିଭିନ୍ନ ସାମାଜିକ ସୁରକ୍ଷା ଭତ୍ତାର ହିତାଧିକାରୀମାନେ ଗତ ୩ରୁ ୪ ମାସ ହେଲା ସେମାନଙ୍କ ପ୍ରାପ୍ୟ ଅର୍ଥରାଶି ପାଇ ପାରି ନ ଥିବା, ଅଧିକାଂଶ କ୍ଷେତ୍ରରେ ଆଧାର ଲିଙ୍କ୍‌ ନାହିଁ ବୋଲି ଦର୍ଶାଯାଉଥିବାରୁ ବୃଦ୍ଧ, ଦିବ୍ୟାଙ୍ଗ ଓ ଅସହାୟ ଲୋକମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ବୋଲି ନେପାକ ଅଭିଯୋଗ କରିଥିଲେ। ସେହିପରି ୮୦ ବର୍ଷରୁ ଅଧିକ ବୟସ୍କ ଏବଂ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ଥିବା ହିତାଧିକାରୀମାନେ ମାସିକ ୧,୦୦୦ ଟଙ୍କା ପରିବର୍ତ୍ତେ ୩,୫୦୦ ଟଙ୍କା ପାଇବାକୁ ଯୋଗ୍ୟ ହୋଇଥିଲେ ମଧ୍ୟ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅବହେଳା ଓ ଉଦାସୀନତା କାରଣରୁ ସେମାନେ ଏହି ସୁବିଧାରୁ ବଞ୍ଚିତ ହେଉଥିବା ସେ ଅଭିଯୋଗ କରିଥିଲେ। ଏହାବ୍ୟତୀତ ବାର୍ଦ୍ଧକ୍ୟ ଭତ୍ତା, ହରିଶ୍ଚନ୍ଦ୍ର ସହାୟତା ଯୋଜନା, ଆବାସ ଯୋଜନା, ଏନ୍‌.ଏଫ୍‌.ବି.ଏସ୍‌., ଅନ୍ତ୍ୟୋଦୟ ଯୋଜନା, ରାସନ କାର୍ଡ ଓ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାର ସୁବିଧା ମଧ୍ୟ ଅନେକ ଯୋଗ୍ୟ ପରିବାରଙ୍କ ନିକଟରେ ପହଞ୍ଚି ପାରୁନାହିଁ ବୋଲି ଅଭିଯୋଗ କରି ବିହିତ ପଦକ୍ଷେପ ନେବାକୁ ପୂର୍ବତନ ବିଧାୟକ ନେପାକ ବିଡ଼ିଓଙ୍କଠାରେ ଦାବି ଉପସ୍ଥାପନ କରିଥିଲେ। ଏହି ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ କରା ନ ଗଲେ ଆଗାମୀ ଦିନରେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ। ବରଗଡ଼ ବ୍ଲକ କଂଗ୍ରେସ ସଭାପତି ରାଜେଶ ମହାପାତ୍ର, ଗଙ୍ଗାଧର ପୂଝାରୀ, ପ୍ରମୋଦ ସାହୁ, ଅମନ ଦ୍ୱିବେଦୀ, ଉପେନ୍ଦ୍ର ଘିବେଲା, ଭୋଲା ଲୁହା, ସୁଶୀଲ ସାହୁ, ରାଜେଶ ପଧାନ, ଟିକେଶ୍ୱର ସାହୁଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା, ଆଜି ଏହି ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ,୧୪।୭(ସନାତନ ରାଉତ): ଭଦ୍ରକ ଜିଲାରେ ଲଗାଣ ବର୍ଷା ଜାରି ରହିଛି । ଏହି କାରଣରୁ ଜିଲାର ସମସ୍ତ ସ୍କୁଲକୁ ମଙ୍ଗଳବାର ଛୁଟି ଘୋଷଣା କରାଯାଇଛି । ପରିସ୍ଥିତିକୁ…

ଛାତ୍ରଙ୍କୁ ମାଡ଼ ମାରିବା ପଡିଲା ମହଙ୍ଗା, ଶ୍ରେଣୀ ଗୃହ ଭିତରେ ଶିକ୍ଷକଙ୍କୁ ତାଲା ପକାଇଦେଲେ…

ଲୋଇସିଂହା, ୧୪।୭ (ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଉପରବାହାଲ ଉଚ୍ଚ ବିଦ୍ୟାଳୟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟର ଜଣେ ନବମ…

ରବିବାରଠୁ ନିଖୋଜ ଥିଲେ ବ୍ୟବସାୟୀ, ଏହି ସ୍ଥାନରୁ ମିଳିଲା ପତ୍ତା

ବଲାଙ୍ଗୀର, ୧୪।୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ପେଲେସଲାଇନ ପଡାର ଜଣେ ବ୍ୟବସାୟୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ରବିବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରୁ ଘରୁ ବାହାରି ଯିବା ପରେ…

ଭାଜପା ଜିଲା ସମ୍ପାଦକଙ୍କ ମାତୃ ବିୟୋଗ: ପରିବାର ସଦସ୍ୟଙ୍କୁ ଭେଟିଲେ ମନ୍ତ୍ରୀ ବିଭୁତି ଜେନା

ଛତ୍ରପୁର, ୧୪।୭ (ଦିଲ୍ଲୀପ ସାମଲ): ଛତ୍ରପୁର ସହରର ତିରୁପତିପେଟା ସାହି ନିବାସୀ ତଥା ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲା ସମ୍ପାଦକ ବସନ୍ତ କୁମାର ବେହେରାଙ୍କ ମା’…

ବର୍ଷାପାଣିରେ ଧୋଇଗଲା ରାସ୍ତା: ଯାତାୟାତରେ ବାଧକ

ନୂଆପଡ଼ା,୧୪ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଦର୍ଲିପଡା ପଞ୍ଚାୟତ ହାତୀସରା ଗଁା ଧାମନଡୋଙ୍ଗିଆ ପଡା ରାସ୍ତା ପୋଲ ବର୍ଷାପାଣିରେ ଧୋଇଯାଇ ଯାତାୟାତରେ ବାଧକ ସାଜିଛି। ସୂଚନା…

ମାନବିକତାର ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କଲେ ଡାକ୍ତର ଶଙ୍କର ରାମଚନ୍ଦାନି: ଦୁର୍ଗମ ଗାଁରେ…

ପଦ୍ମପୁର,୧୪ା୭(ପ୍ରଦୀପ୍ତ ଦାଶ ):ଆଜିର ବ୍ୟସ୍ତବହୁଳ ସମାଜରେ ଯେଉଁଠି ଚିକିତ୍ସା ସେବା ଧୀରେ ଧୀରେ ବ୍ୟବସାୟର ରୂପ ନେଉଛି, ସେଠାରେ ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ତଥା ‘ଟଙ୍କିକିଆ ଡାକ୍ତର’…

ରାଜରାସ୍ତାରେ ରାହାଜାନି, ଲୋକଙ୍କୁ ସୁରକ୍ଷା ଚିନ୍ତା

ବରଗଡ଼,୧୪।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଅପରାଧ ଅନିୟନ୍ତ୍ରିତ ହୋଇପଡ଼ିଛି। ଅପରାଧୀମାନେ ସକ୍ରିୟ ହୋଇ ପଡ଼ିଛନ୍ତି। ପୋଲିସକୁ ମଧ୍ୟ ସେମାନଙ୍କର ଭୟ ନାହିଁ। ରାଜରାସ୍ତାରେ ରାହାଜାନି, ଲୁଟ୍‌ପାଟ୍‌ କରୁଛନ୍ତି। କେବଳ…

ଅମାଠ ଛକରେ ବଢ଼ିବାରେ ଲାଗିଛି ଅପରାଧ, ପୋଲିସ ଫାଣ୍ଡି ପାଇଁ ଦାବି

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ଜିଲାର ଶେଷ ସୀମାନ୍ତ ଅଞ୍ଚଳରେ ଥିବା ଅମାଠ ଛକରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । କାରଣ ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri