ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ୩.୬୨ ଲକ୍ଷ

ତାଳଚେର, ୩ା୨(ନି.ପ୍ର.) ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠରେ ଥିବା ହୁଣ୍ଡିଗୁଡିକୁ ଶନିବାର ଖୋଲା ଯାଇଥିଲା। ଟ୍ରଷ୍ଟବୋର୍ଡ ସଦସ୍ୟ ମୁରଲୀଧର ସାହୁ, ସନ୍ତୋଷ କୁମାର ପ୍ରଧାନ, ଗଗନ ବିହାରୀ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲା ଯାଇ ମୋଟ ୩ ଲକ୍ଷ ୬୨ ହଜାର ୬୧୦ ଟଙ୍କା ସଂଗୃହୀତ ହୋଇଥିଲା। ଧୂଳେଶ୍ୱର ବେହେରା, ପଠାଣି ବାରିହା, ପଞ୍ଚାନନ ବେହେରା, ଦୀପକ ସାମଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ମା’ ହିଙ୍ଗୁଳାଙ୍କ ପରିକଳ୍ପିତ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ମା’ଙ୍କ ମନ୍ଦିର ସମ୍ମୁଖରେ ପୂର୍ବରୁ ଥିବା ମୁଖଶାଳା ଓ ଯଜ୍ଞମଣ୍ଡପକୁ ଭଙ୍ଗାଯାଇ ସେହି ସ୍ଥାନରେ ନୂତନ ମୁଖଶାଳା ଓ ଯଜ୍ଞମଣ୍ଡପ ନିର୍ମାଣ କରାଯିବ ବୋଲି ଜଣାପଡିଛି।