ହାବିଲଦାରଙ୍କୁ କରୋନା: ମୋଟୁ ଥାନା ପରିସରକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା, କ୍ୱାରାଣ୍ଟାଇନ୍‌ରେ ଗଲେ କର୍ମଚାରୀ

ମାଲକାନଗିରି,୧୨।୬(ଡି.ଏନ୍‌.ଏ.): ମାଲକାନଗରିରେ ଜଣେ ପୋଲିସ ହାବିଲଦାର ଶୁକ୍ରବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମୋଟୁ ସୀମା ଚେକ୍‌ ପୋଷ୍ଟରେ କାର୍ଯ୍ୟରତ ହାବିଲଦାର କରୋନା ସଂକ୍ରମିତ ହୋଇଛନ୍ତି। ଚିହ୍ନଟ ପରେ ମୋଟୁ ଥାନା ଆଇଆଇସିଙ୍କ ସମେତ ସବୁ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମୋଟୁ ଥାନା ପରିସରକୁ ଜିଲା ପ୍ରଶାସନ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛି। ଚିହ୍ନଟଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଥିବା ମାଲକାନଗିରି ଏସ୍‌ପି ବି. ହୃଷିକେଶ ଖିଲାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଜିଲାରେ ଆଜି ୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ କୋରୁକୋଣ୍ଡା ବ୍ଲକର ତାରଲାକୋଟା ସଂଗରୋଧ କେନ୍ଦ୍ରର ଦୁଇଜଣ ଥିବା ବେଳେ ମୋଟୁର ଉକ୍ତ ସୀମା ସୁରକ୍ଷା ବାହିନୀର ହାବିଲ୍‌ଦାର ରହିଛନ୍ତି।