‘ହାପି ବର୍ଥ ଡେ’ ଅମୃତା: ଚାରି ଘଣ୍ଟା ସାକ୍ଷାତକାର ପରେ ମିଳିଥିଲା ‘ବିବାହ’ରେ କାମ କରିବାର ସୁଯୋଗ, ପଡ଼ିଥିଲେ ଆର୍‌ଜେଙ୍କ ପ୍ରେମରେ

ମୁମ୍ବାଇ: ବଲିଉଡ୍‌ର ସିମ୍ପଲ ଡିଭା ମଧ୍ୟରୁ ଅଭିନେତ୍ରୀ ଅମୃତା ରାଓ ଜଣେ। ଅନେକ ହିନ୍ଦୀ ଫିଲ୍ମ ସହ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ କାମ କରିଛନ୍ତି ସେ। ଏସବୁରୁ ଅନେକ ଫିଲ୍ମ ତାଙ୍କୁ ସଫଳତା ଆଣି ଦେଇଥିବା ସତ୍ତ୍ୱେ ସେ ଏବେ ଲାଇମ୍‌ଲାଇଟ୍‌ରୁ ଦୂରରେ। ବଲିଉଡ୍‌ରେ କାମ କରିବା ଲାଗି ସୁଯୋଗ ମିଳୁଥିଲେ ହେଁ ସେ ହଁ ଭରୁନାହାନ୍ତି। ବିବାହ ପରେ ପରିବାରକୁ ଗୁରୁତ୍ୱ ଦେଉଥିବା ଯୋଗୁ ଏପରି କରୁଥାଇପାରନ୍ତି ବୋଲି ଜଣାଯାଏ। ତେବେ ଆଜି ହେଉଛି ଏହି ଚୁଲବୁଲି ତଥା ଦର୍ଶକଙ୍କ ମନରେ ସରଳତାର ଛବି ଆଙ୍କିଥିବା ଅମୃତାଙ୍କ ‘ହାପି ବର୍ଥ ଡେ’। ଏହି ଅବସରରେ ତାଙ୍କ ଅତିତର କିଛି ସ୍ମୃତିକୁ ସାଉଁଟିବା।

୨୦୦୨ରେ ସେ ଫିଲ୍ମ ‘ଅବ୍‌ କେ ବରସ୍‌’ ଯୋଗେ ବଲିଉଡରେ ଡେବ୍ୟୁ କରିଥିଲେ। ଫିଲ୍ମଟି କିନ୍ତୁ ଏତେଟା ସଫଳ ହୋଇ ନ ଥିଲା। ଏହାପରେ ହିନ୍ଦୀ ସିନେମା ‘ଇସ୍କ ବିସ୍କ’ କରି ଦର୍ଶକଙ୍କ ମନକୁ କିଣିଥିଲେ। ଅମୃତାଙ୍କ ସବୁଠାରୁ ସଫଳ ସିନେମା କିନ୍ତୁ ଥିଲା ‘ବିବାହ’। ଫିଲ୍ମଟି ପାଇଁ ସେ ଚାରି ଘଣ୍ଟା ଧରି ସାକ୍ଷାତକାର ଦେଇଥିଲେ। ଏହାପରେ ନିର୍ଦ୍ଦେଶକ ସୁରଜ ବଡଜାତ୍ୟା ତାଙ୍କୁ ଫିଲ୍ମରେ କାମ କରିବା ସୁଯୋଗ ଦେଇଥିଲେ। ସେହିଭଳି ସୁରଜଙ୍କ ଆଉ ଏକ ଫିଲ୍ମ ‘ପ୍ରେମ ରତନ ଧନ ପାୟୋ’ ଲାଗି ତାଙ୍କୁ ଅଫର ମିଳିଥିଲା। ହେଲେ ସେଥିରେ ସଲମାନଙ୍କ ଭଉଣୀ ଚରିତ୍ରରେ ସେ ଅଭିନୟ କରିଥାନ୍ତେ। ଏହା ଜାଣିବା ପରେ ଅମୃତା ସୁଯୋଗକୁ ସିଧାସିଧା ମନା କରିଦେଇଥିଲେ। ଏହାଛଡ଼ା ଆଉ ଏକ ଘଟଣାକୁ ନେଇ ମଧ୍ୟ ଅମୃତା ଚର୍ଚ୍ଚାର ଶିରୋନାମା ପାଲଟିଥିଲେ। କାରଣଟି ଥିଲା ସେ ଫିଲ୍ମ ‘ପ୍ୟାରେ ମୋହନ’ର ଶୁଟିଂ ସମୟରେ ଅଭିନେତ୍ରୀ ଇଶା ଦେଓଲଙ୍କୁ ଚାପୁଡ଼ା ମାରିଥିଲେ। ଇଶା ତାଙ୍କୁ ଗାଳି ଦେଇଥିବା ହେତୁ ସେ ଏପରି କରିଥିବା ଜଣାପଡ଼ିଥିଲା।

ଅମୃତାଙ୍କ ବ୍ୟକ୍ତିଗତ ଜୀବନକୁ ଯଦି ଦେଖାଯାଏ ତେବେ ସେ ଏବେ ବିବାହିତା। ସାତ ବର୍ଷ ଧରି ପ୍ରେମିକ ତଥା ଆର୍‌ଜେ ଅନ୍‌ମୋଲଙ୍କୁ ଡେଟ୍‌ କରିବା ପରେ ସେ ଗୋପନରେ ବିବାହ କରିଥିଲେ। ଅନମୋଲ ଏ ନେଇ ନିଜ ଟୁଇଟରରେ ସୂଚନା ଦେବା ପରେ ଅମୃତାଙ୍କ ବିବାହ ସରିଥିବା ଅନେକ ଜାଣିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri